ଓଡିଶା

odisha

ETV Bharat / bharat

ଚିନ୍ତା ବଢାଉଛି କୋରୋନା ପୁନଃସଂକ୍ରମଣ, ଶୁକ୍ରବାର ସର୍ବଦଳୀୟ ବୈଠକ କରିବେ ମୋଦି - ସର୍ବଦଳୀୟ ବୈଠକ

ଡିସେମ୍ବର 4 ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ସକାଳ 10ଟା 30ରେ ହେବ । ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିବେ । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ମଧ୍ୟରେ ଶୁକ୍ରବାର ସର୍ବଦଳୀୟ ବୈଠକ କରିବେ ମୋଦି
କୋରୋନା ସଂକ୍ରମଣ ମଧ୍ୟରେ ଶୁକ୍ରବାର ସର୍ବଦଳୀୟ ବୈଠକ କରିବେ ମୋଦି

By

Published : Nov 30, 2020, 6:21 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନା ସଂକ୍ରମଣର ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ରଣନୀତି ପ୍ରସ୍ତୁତି ପାଇଁ ଡିସେମ୍ବର 4ରେ ସର୍ବଦଳୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ସକାଳ 10ଟା 30ରେ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷତା କରିବେ । ଭ୍ୟାକ୍ସିନ କମ୍ପାନୀ ସହ ଆଲୋଚନା ପରେ ଏହା ମୋଦିଙ୍କ ପ୍ରଥମ ଗୁରୁତ୍ବପୂର୍ଣ୍ଣ ବୈଠକ ।

ଡିସେମ୍ବର 4ରେ ହେବାକୁଥିବା ସର୍ବଦଳୀୟ ବୈଠକରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ସାମିଲ ହେବେ ବୋଲି ଅନୁମାନ କରାଯାଉଛି । ଅନ୍ୟପକ୍ଷେ ଲୋକସଭା ଓ ରାଜ୍ୟସଭାର ଗୃହର ନେତାଙ୍କୁ ମଧ୍ୟ ଏହି ବୈଠକରେ ସାମିଲ ହେବାକୁ ଦିଆଯାଇଛି ନିମନ୍ତ୍ରଣ ।

ଏବେସୁଦ୍ଧ ଦେଶରେ ମୋଟ 94 ଲକ୍ଷ 31 ହଜାର 692 କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିସାରିଲାଣି । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 38 ହଜାର 772 ଲୋକ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ଏହି ସମୟ ମଧ୍ୟରେ 443 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 45,152 ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ କୋରୋନା ମହାମାରୀ ଯୋଗୁଁ 1 ଲକ୍ଷ 37 ହଜାର 139 ଲୋକ ପ୍ରାଣ ହରାଇଛନ୍ତି।

ସେପଟେ ଦେଶରେ କୋରୋନା ଟୀକା ପ୍ରସ୍ତୁତ କରୁଥିବା କମ୍ପାନୀର 3 ଟିମ୍‌ ସହ ଅନଲାଇନରେ ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ଟୀକା ବିଷୟରେ ଲୋକଙ୍କୁ ସରଳ ଭାଷାରେ ଜଣାଇବା ପାଇଁ ଅତିରିକ୍ତ ପ୍ରୟାସ କରିବାକୁ କମ୍ପାନୀଗୁଡିକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details