ଓଡିଶା

odisha

ETV Bharat / bharat

ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣାଧୀନ ସ୍ଥଳରେ ପ୍ରଧାନମନ୍ତ୍ରୀ, ନୂଆ ସଂସଦ ଭବନ କାର୍ଯ୍ୟର କଲେ ସମୀକ୍ଷା - PM Narendra Modi

ରବିବାର ରାତିରେ ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣାଧିନ ସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଘଣ୍ଟାଏ ସମୟ ବିତାଇବା ସହ ମିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣାଧିନ ସ୍ଥଳରେ ପ୍ରଧାନମନ୍ତ୍ରୀ, ନୂଆ ସଂସଦଭବନ କାର୍ଯ୍ୟର କଲେ ସମୀକ୍ଷା
ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣାଧିନ ସ୍ଥଳରେ ପ୍ରଧାନମନ୍ତ୍ରୀ, ନୂଆ ସଂସଦଭବନ କାର୍ଯ୍ୟର କଲେ ସମୀକ୍ଷା

By

Published : Sep 26, 2021, 10:53 PM IST

ନୂଆଦିଲ୍ଲୀ: ବିଦେଶ ଗସ୍ତରୁ ଫେରି ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣାଧିନ ସ୍ଥଳ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରବିବାର ରାତିରେ ନିର୍ମାଣାଧିନ ସ୍ଥଳ ଯାଇଥିଲେ ପ୍ରଧାନମନ୍ତ୍ରୀ । ତେବେ ନିର୍ମାଣାଧିନ ସ୍ଥଳରେ ପ୍ରଧାନମନ୍ତ୍ରୀ ଘଣ୍ଟାଏ ସମୟ ବିତାଇବା ସହ ମିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ପୂର୍ବରୁ କୌଣସି ସୂଚନା ନଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ ନିର୍ମାଣାଧିନ ସ୍ଥଳରେ ଶ୍ରମିକଙ୍କ ଭଳି ହେଲମେଟ୍‌ ପିନ୍ଧିଥିବା ଦେଖିବାକୁ ମିଳିଛି । ରାଜଧାନୀରେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅଧିନରେ ନୂଆ ସଂସଦ ଭବନର ନିର୍ମାଣ ହେଉଛି ।

ଏହାପୂର୍ବରୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ (Central Vista Project)କୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ଜବାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧ କରୁଥିବା ଲୋକେ ସେନାଠାରୁ ମିଳୁଥିବା ସୁବିଧା ବାବଦରେ ନିରବ ରହୁଥିଲେ ବୋଲି କସ୍ତୁରବା ଗାନ୍ଧୀ ମାର୍ଗ ଓ ଆଫ୍ରିକା ଏଭେନ୍ୟୁ ସ୍ଥିତ ପ୍ରତିରକ୍ଷା କାର୍ଯ୍ୟାଳୟ ଉଦଘାଟନ ଅବସରରେ କହିଥିଲେ ।

ଏପଟେ ବିରୋଧୀଙ୍କ କ୍ରମାଗତ ବିରୋଧ ସତ୍ତ୍ବେ ଦ୍ରୁତ ଗତିରେ ଆଗେଇ ଚାଲିଛି ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ । 2022 ଗଣତନ୍ତ୍ର ଦିବସ ପୂର୍ବରୁ ସରିବ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ଅନ୍ତର୍ଗତ ସେଣ୍ଟ୍ରାଲ ଏଭେନ୍ୟୁ ପ୍ରକଳ୍ପ କାର୍ଯ୍ୟ । ଏଥିପାଇଁ ନିୟୋଜିତ ହେବେ ଅତିରିକ୍ତ 600 ଶ୍ରମିକ । ଏନେଇ ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ।

କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ସେଣ୍ଟ୍ରାଲ୍ ଭିଷ୍ଟା ଆଭେନ୍ୟୁ ପୁନଃନିର୍ମାଣ ପ୍ରକଳ୍ପରେ 600ରୁ ଅଧିକ ଶ୍ରମିକ ଯୋଗଦେବେ ଯାହା 2022ରେ ଗଣତନ୍ତ୍ର ଦିବସ ପରେଡ ପୂର୍ବରୁ ସମ୍ପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ABOUT THE AUTHOR

...view details