ନୂଆଦିଲ୍ଲୀ:ଆଜିଠୁ ଇଣ୍ଡୋନେସିଆର ବାଲି ଦ୍ବୀପରେ ତିନିଦିନିଆ 17ତମ ଜି-20 ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଇଣ୍ଡୋନେସିଆ ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାବର୍ଷ ଜି-20 ସମ୍ମିଳନୀ ଭାରତରେ ଆୟୋଜିତ ହେବ । ଏଥିରେ ଅଧ୍ୟକ୍ଷତା କରିବ ଭାରତ । ଏବେ ଏହାର ଅଧ୍ୟକ୍ଷତା କରୁଛି ଇଣ୍ଡୋନେସିଆ । ଭାରତ ବିଧିବଦ୍ଧ ଭାବେ ଇଣ୍ଡେନେସିଆଠୁ ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ । ଏହି ପ୍ରରିପେକ୍ଷୀରେ ପ୍ରଧାନମନ୍ତ୍ରୀ ବାଲି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଜି-20 ସମ୍ମିଳନୀରେ ସାମିଲ ହେବେ । ଏହି ସମ୍ମିଳନୀରେ 17 ବିଶ୍ବନେତା ସାମିଲ ହେବ ।
ଏହି ଜି-20 ସମ୍ମିଳନୀ ଭାରତ ପାଇଁ ସ୍ବତନ୍ତ୍ର । ଶିଖର ସମ୍ମିଳନୀରେ ଭାରତ, ଚୀନ ଏବଂ ଆମେରିକା ସମେତ ଅନ୍ୟ ଦେଶର ରାଷ୍ଟ୍ର ପ୍ରମୁଖ ସାମିଲ ହେବେ । ଏହି ସମ୍ମିଳନୀରେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଏହା ପ୍ରଭାବ ସମେତ ବୈଶ୍ବିକ ଆହ୍ବାନ ଉପରେ ବ୍ୟାପକ ବିଚାର ବିମର୍ଷ ହେବା ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ 45 ଘଣ୍ଟା ରହିବେ । ସେଠାରେ ପାଖାପାଖି 20ଟି କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଥିରେ ଜି-20 ଶିଖର ସମ୍ମିଳନୀ ବି ସାମିଲ ରହିଛି। ତେବେ ସେଠାରେ ସେ ପାଖାପାଖି 10 ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ଇଣ୍ଡୋନେସିଆରେ ଡାୟସ୍ପୋରାରେ ଭାରତୀୟ ପ୍ରବାସୀଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।