ଓଡିଶା

odisha

ETV Bharat / bharat

International Yoga Day: ସଂସାରକୁ ଯୋଡିଛି ଯୋଗ, ଏକ ଆନ୍ଦାଳନ ପାଲଟିଛି କହିଲେ ମୋଦି

ଅନ୍ତର୍ଜାତୀୟ ଯୋଗ ଦିବସରେ ଆମେରିକାକୁ ଭିଡିଓ ବାର୍ତ୍ତା ଜରିଆରେ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

By

Published : Jun 21, 2023, 9:18 AM IST

ଅନ୍ତର୍ଜାତୀୟ ଯୋଗ ଦିବସ
PM Modi on International Yoga Day

ନୂଆଦିଲ୍ଲୀ:ଆଜି ଅନ୍ତର୍ଜାତୀୟ ଯୋଗ ଦିବସ । ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ ହେଉଛି । ଏଥର ଥିମ ରହିଛି ସମସ୍ତଙ୍କ ପାଇଁ ଯୋଗ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆମେରିକାରୁ ଭିଡିଓ ବାର୍ତ୍ତାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ଯୋଗ ଏକ ଆନ୍ଦୋଳନରେ ପରିଣତ ହୋଇଛି ଗ୍ଲୋବାଲ ସ୍ପିରିଟ ହୋଇଛି । ଏଥର ଯୋଗ ଦିବସର କାର୍ଯ୍ୟକ୍ରମକୁ ଓସେନ ରିଙ୍ଗ ଅଫ ଯୋଗ 'Ocean Ring of Yoga' ଅଧିକ ସ୍ବତନ୍ତ୍ର କରିଛି । ଓସେନ ରିଙ୍ଗ ଅଫ ଯୋଗର ବିଚାର ଓ ସମୁ୍ଦ୍ରର ବିସ୍ତାର ପାରସ୍ପରିକ ସମ୍ପର୍କ ଉପରେ ଆଧାରିତ । ସେନା ଯବାନ ଆମ ଜଳସ୍ରୋତରେ ଯୋଗ ଭାରତମାଳା ଓ ସାଗରମାଳା ତିଆରି କରିଛନ୍ତି । ଯୋଗର ଏହି ସମାରୋହରେ ସମସ୍ତେ ସାମିଲ ହେବା ଯୋଗର ପ୍ରସାର ଓ ମାହାତ୍ମ୍ୟକୁ ଉଜାଗର କରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବିଶ୍ବବାସୀଙ୍କୁ ଆମେରିକାରୁ ଯୋଗ ସମ୍ପର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯୋଗ ସମଗ୍ର ସଂସାରକୁ ଏକ ପରିବାର ଭଳି ଗଢି ତୋଳିଛି । ଯାହା ପରସ୍ପରକୁ ଯୋଡି ଯାଏ ତାହା ହିଁ ଯୋଗ । ଯୋଗ ବିଶ୍ବରେ ଏକ ଆନ୍ଦୋଳ ଭାବେ ପରିଣତ ହୋଇଛି । ଯୋଗରୁ ସୁସ୍ଥତା, ସାମର୍ଥ୍ୟ ଓ ଆୟୁଷ ଉପଲବ୍ଧ ହୋଇଥାଏ । ଭାରତ ସର୍ବଦା ପରମ୍ପରାରେ ବିଶ୍ବାସ ରଖେ । ଯୋଗ ଯୋଗୁଁ ପାରସ୍ପରିକ ଅନ୍ତର୍ବିରୋଧ ପରିସମାପ୍ତି ଘଟିଥାଏ । ଭାରତ ବିବିଧତାକୁ ସମୃଦ୍ଧ କରିଛି ଯୋଗ । ପ୍ରତିରୋଧ ଓ ଗତିରୋଧରେ ପରିସମାପ୍ତି ଯୋଗ ଘଟାଏ ବୋଲି କହିଛନ୍ତି ଭିଡିଓ ବାର୍ତ୍ତାରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶବାସୀଙ୍କୁ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, '' ପ୍ରତିବର୍ଷ ଯୋଗ ଦିବସରେ ଯେକୌଣସି ଆୟୋଜନରେ ଆପଣଙ୍କ ଗହଣରେ ଉପସ୍ଥିତ ରହି ଯୋଗ କରି ଆନନ୍ଦ ଲାଭ କରିଥାଏ । ମାତ୍ର ଏଥର ବିଭିନ୍ନ ଦାୟିତ୍ବ ପାଇଁ ଏବେ ଆମେରିକାରେ ରହିଛି ତେଣୁ ଭିଡିଓ ବାର୍ତ୍ତା ଜାରିଆରେ ଯୋଡି ହୋଇଛି । ଆପଣଙ୍କ ଗହଣରେ ଯୋଗ କରିପାରୁ ନାହିଁ ମାତ୍ର ଯୋଗ କରିବାରୁ ଓହରିନାହିଁ । ଆଜି ସନ୍ଧ୍ୟାରେ ଜାତିସଂଘ ମୁଖ୍ୟାଳୟରେ ବିଶାଳ ଯୋଗ ସମାରୋହରେ ସାମିଲ ହେବି ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, '' ଭାରତ ଆହ୍ବାନ ବିଶ୍ବରେ 180ରୁ ଅଧିକ ଦେଶ ସାମିଲ ହେବା ଐତିହାସିକ ଅଦ୍ଭୂତପୂର୍ବ । 2014ରେ ଯୋଗ ଦିବସ ପାଳନ ପ୍ରସ୍ତାବକୁ ରେକର୍ଡ ଦେଶ ସମର୍ଥନ କରିଥିଲେ । ସେବେଠୁ ଅନ୍ତର୍ଜାତୀୟ ଯୋଗ ଦିବସ ଜରିଆରେ ଯୋଡି ହେଉଛନ୍ତି ଲୋକ । ଯୋଗ ଦିବସରେ ଦେଶ ଦୁନିଆରେ କୋଟି କୋଟି ଲୋକ ସହଜରେ ସାମିଲ ହୋଇଛନ୍ତି । ଯୋଗ ଆମ ଅନ୍ତଦୃଷ୍ଟିକୁ ବିସ୍ତାର କରେ । ଯୋଗରୁ ଚେତନା ମିଳେ ପ୍ରାଣୀମାତ୍ରରୁ ପ୍ରେମର ଆଧାର ଦିଏ ଯୋଗ । ଯୋଗ ଜାରିଆରେ ନକରାତ୍ମକ ଚିନ୍ତାଧାରକୁ ଶେଷ କରିବାକୁ ହେବ । ଯୋଗ କର୍ମରରେ କୁଶଳତା ଆଣିଥାଏ । ଯୋଗରୁ କର୍ମରୁ କର୍ମଯୋଗ ଯାଏ ଯାତ୍ରା ତିଆରି କରିଥାଉ । ଏକ ଭାରତ ଶ୍ରେଷ୍ଠ ଭାରତ ଭାବନାକୁ ବିଶ୍ବ ସାମ୍ନାରେ ଉଦାହରଣ ରୂପରେ ପ୍ରସ୍ତୁତ କରିବାକୁ ହେବ ।''

ଏହା ବି ପଢନ୍ତୁ...International Yoga Day 2023: ଯୋଗ ଧର୍ମ ନୁହେଁ ବିଜ୍ଞାନ, ମାନସିକ ଓ ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ

ଏହା ବି ପଢନ୍ତୁ...ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଏଲନ ମସ୍କ, କହିଲେ ମୁଁ ମୋଦିଙ୍କ ଫ୍ୟାନ

ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗମୟ ହୋଇଛି ଜଗତ । ସାରା ବିଶ୍ବ ପାଳନ କରୁଛି ଯୋଗ ଦିବସ । ଗାଁଠୁ ସହର ଦେଶ ବିଦେଶ ସବୁଠି ପାଳନ ହେଉଛି ଯୋଗ । ଏଥର ଯୋଗ ଦିବସର ଥିମ ରହିଛି 'ବସୁଧୈବ କୁଟୁମ୍ବକମ' । 2014ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ କ୍ରମେ ଯୋଗ ଦିବସ ପାଳନ ହେଉଛି । ଆଜି ନ୍ୟୁୟର୍କରେ ଜାତିସଂଘ ମୁଖ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ 20 ତାରିଖରୁ ବିଦେଶ ଗସ୍ତରେ ଅଛନ୍ତି ମୋଦି । 72 ଘଣ୍ଟାରେ 10 କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ।

ABOUT THE AUTHOR

...view details