ଓଡିଶା

odisha

ETV Bharat / bharat

ଆଜି ଭିଏତନାମ-ଭାରତ ମଧ୍ୟରେ ଆଲୋଚନା, ଫୋକସରେ କୋଭିଡ ସଙ୍କଟ

ଭିଏତନାମ ନୂତନ ପ୍ରଧାନମନ୍ତ୍ରୀଙ୍କୁ ଆଜି ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଭିଡ ସଙ୍କଟ, ଟିକା କ୍ଷେତ୍ରରେ ଆଲୋଚନା କରିବେ । ଅଧିକ ପଢନ୍ତୁ...

By

Published : Jul 10, 2021, 8:39 AM IST

Updated : Jul 11, 2021, 10:31 AM IST

ଆଜି ଭିଏତନାମା-ଭାରତ ମଧ୍ୟରେ ଆଲୋଚନା, ଫୋକସରେ କୋଭିଡ ସଙ୍କଟ
ଆଜି ଭିଏତନାମା-ଭାରତ ମଧ୍ୟରେ ଆଲୋଚନା, ଫୋକସରେ କୋଭିଡ ସଙ୍କଟ

ନୂଆଦିଲ୍ଲୀ: ଭିଏତନାମ ନୂଆ ପ୍ରଧାନମନ୍ତ୍ରୀ ଫାମ ମିନ୍ହ ଚିନ୍ହଙ୍କ ସହ ଆଜି(ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାକ୍ଷାତ କରିବେ । COVID-19 ସଙ୍କଟ, ଟିକା, ଇଣ୍ଡୋ ପେସିଫିକ୍ ସହିତ ନିବିଡତା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ରରେ ମୁକାବିଲା ଉପରେ ବିଶେଷ ଦୃଷ୍ଟି ଦେବେ 2 ଦେଶର ପ୍ରଧାନମନ୍ତ୍ରୀ । ଭିଏତନାମ ପ୍ରଧାନମନ୍ତ୍ରୀ ଭାବେ ଫାମ ଶପଥ ନେବା ପରେ ମୋଦିଙ୍କ ସହ ଏହା ହେଉଛି ତାଙ୍କର ପ୍ରଥମ ସାକ୍ଷାତ ।

ଆଜି ଦିନ 11ଟା 15 ରେ ଏହି ବୈଠକ ବସିବ । 2 ଦେଶ ମଧ୍ୟରେ ସୁସମ୍ପର୍କ ଗଠନ ଉପରେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । କୋଭିଡ-19 ସଙ୍କଟ, ଟିକା ବାବଦରେ ବିଶେଷ ଦୃଷ୍ଟି ଦିଆଯିବ । ନିକଟରେ ଟିକା ଉପରେ ଭିଏତନାମର ଦୂତ ଫାମ ସାନ ଚାଉ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, 'ଆମ ପାଖରେ କୋଭାକ୍ସିନ କିଣିବାର ସୁଯୋଗ ମଧ୍ୟ ଅଛି । ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନ ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ, ସେଥିପାଇଁ ଆମେ WHO ଏବଂ ପରେ ଏହି ଅନୁମୋଦନକୁ ଅପେକ୍ଷା କରିଛୁ । ଭିଏତନାମ ଲୋକଙ୍କ ପାଇଁ ଏହି କୋଭାକ୍ସିନ କ୍ରୟ ପାଇଁ ଚୁକ୍ତିନାମା ଏବଂ ଆଲୋଚନା ଡ୍ରାଫ୍ଟକୁ ଆମେ ତୀବ୍ର କରିବୁ ।'

ଗତ ବର୍ଷ ଡିସେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭିଏତନାମର ତତ୍କାଳୀନ ପ୍ରଧାନମନ୍ତ୍ରୀ ନଗୁଏନ୍ ଜୁଆନ୍ ଫୁକ୍ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିଥିଲେ । ଏହି ଶିଖର ସମ୍ମିଳନୀରେ ଭାରତ ନୂଆଦିଲ୍ଲୀ ଦ୍ୱାରା ହାନୋଇକୁ 100 ମିଲିୟନ୍ ଡଲାର ପ୍ରତିରକ୍ଷା ଲାଇନ୍ ଅଫ୍ କ୍ରେଡିଟ୍ ଅଧୀନରେ ଭିଏତନାମକୁ 12ଟି ହାଇ ସ୍ପିଡ୍ ଗାର୍ଡ ବୋଟ୍ ପଠାଇଛି ।

ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସମ୍ପର୍କ ଭଲ ରହିଛି । ସୂଚନା ଅନୁସାରେ ଚଳିତ ମାସ 1 ତାରିଖରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମର ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟ ଜେନେରାଲ ଫାନ ୱାନ ଜିଆଙ୍ଗଙ୍କ ସହ କଥା ହୋଇଥିଲେ । ବୈଠକ ପରେ ଟ୍ୱିଟ୍ କରି ରାଜନାଥ ସିଂ କହିଥିଲେ ଯେ COVID-19 ସଙ୍କଟକୁ ଦୂର କରିବା ପାଇଁ ଦୁଇ ଦେଶ ମିଳିତ ଚେଷ୍ଟା ଜାରି ରଖିଛନ୍ତି ।

Last Updated : Jul 11, 2021, 10:31 AM IST

ABOUT THE AUTHOR

...view details