ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା 22 ତାରିଖରେ ମଣିପୁର ଯିବେ । ପୂର୍ବ ଇମ୍ପାଲ ତଥା ମୁଖ୍ୟମନ୍ତ୍ରୀ ବିରେନ ସିଂ ଘର ପାଖ ଲୁୱାଂଗସାଗବମ ମୈଦାନରେ ଆୟୋଜିତ ହେବାକୁ ଥିବା ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ସାମିଲ ହେବେ । ଏଠାରେ ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଶନିବାର ମଣିପୁର ବିଜେପି ୟୁନିଟ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ହୋଇଯାଇଛି । ଯେଉଁଥିରେ ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂ ଓ ନିର୍ବାଚନୀ ପ୍ରଭାରୀ ସମ୍ବିତ ପାତ୍ର ଏହି ବୈଠକରେ ସାମିଲ ହୋଇଥିଲେ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ, ସୁରକ୍ଷା ଓ ପ୍ରଚାର କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା ।