ନୂଆଦିଲ୍ଲୀ: ୟୁରୋପଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ସପ୍ତାହରେ ସେ ଜର୍ମାନୀ, ଡେନମାର୍କ ଓ ଫ୍ରାନ୍ସ ଯିବେ ପ୍ରଧାନମନ୍ତ୍ରୀ । ମେ ୨ ତାରିଖରୁ ୪ ତାରିଖ ମଧ୍ୟରେ ମୋଦି ୟୁରୋପ ଗସ୍ତ କରିବେ । ଏହାକୁ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
୨୦୨୨ରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ । ଜର୍ମାନୀ ଗସ୍ତ କରି ସେଠାକାର ଫେଡେରାଲ ଚାନ୍ସେଲରଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଷଷ୍ଠ ଥର ପାଇଁ ଦ୍ବିପାକ୍ଷିକ ସରକାରୀ ପରାମର୍ଶ ବିଷୟରେ ଆଲୋଚନା ହେବ । ଏହି ଆଲୋଚନାରେ ଦୁଇ ଦେଶର କିଛି ମନ୍ତ୍ରୀ ମଧ୍ୟ ସାମିଲ ରହିବେ । ଜର୍ମାନୀ ଫେଡେରାଲ ଚାନ୍ସେଲରଙ୍କ ସହ ମୋଦି ପ୍ରଥମ ଥର ପାଇଁ ସାକ୍ଷାତ କରିବେ । ଏହି ସମୟରେ ଦୁହେଁ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ।