ଓଡିଶା

odisha

ETV Bharat / bharat

ଦକ୍ଷିଣ ଭାରତରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ବେଙ୍ଗାଲୁରୁରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - ନାଦପ୍ରଭୁ କେମ୍ପେଗୌଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବେଙ୍ଗାଲୁରୁ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । କେଏସଆର ରେଳ ଷ୍ଟେସନରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ । ଅଧିକ ପଢନ୍ତୁ

ଆଜି ବେଙ୍ଗାଲୁରୁ ଯିବେ ପ୍ରଧାନମନ୍ତ୍ରୀ, ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ
ଆଜି ବେଙ୍ଗାଲୁରୁ ଯିବେ ପ୍ରଧାନମନ୍ତ୍ରୀ, ବନ୍ଦେ ଭାରତ ଏକ୍ସପ୍ରେସର କରିବେ ଶୁଭାରମ୍ଭ

By

Published : Nov 11, 2022, 9:28 AM IST

Updated : Nov 11, 2022, 11:31 AM IST

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁ ଗସ୍ତ କରିଛନ୍ତି(PM Narendra Modi Visit Bengaluru) । ନିଜର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଏଠାରେ ଏକାଧିକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ମୋଦି ପ୍ରଥମେ ବେଙ୍ଗାଲୁରୁ କ୍ରାନ୍ତିବୀର ସଙ୍ଗୋଲି ରାୟନ୍ନା(କେଏସଆର) ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ(Vande Bharat Express)ର ଶୁଭାରମ୍ଭ କରିଛନ୍ତି । ଯାହାକି ଦେଶର ପଞ୍ଚମ ବନ୍ଦେ ଭାରତ ଟ୍ରେନ ସହ ଦକ୍ଷିଣ ଭାରତର ପ୍ରଥମ ଟ୍ରେନ ହେବ । ଏହି ଟ୍ରେନ ଯାତ୍ରା ସମୟରେ ମହୀଶୂର-ବେଙ୍ଗାଲୁରୁ-ଚେନ୍ନାଇ ସହରକୁ ଯୋଡିବ ।

ଦକ୍ଷିଣ ଭାରତରେ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ, ବେଙ୍ଗାଲୁରୁରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ପରେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ପ୍ରଧାନମନ୍ତ୍ରୀ ମୋଦି କମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦର(Kempegowda International Airport)ରେ ପ୍ରାୟ ପାଞ୍ଚ ହଜାର କୋଟି ବ୍ୟୟରେ ନିର୍ମିତ ନୂତନ ଟର୍ମିନାଲର ଉଦଘାଟନ କରିବେ । ଏହି ଟର୍ମିନାଲକୁ ଉଦ୍ୟାନ ଭଳି ସଜ୍ଜିତ କରାଯାଇଛି । ନୂତନ ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ବର୍ତ୍ତମାନ ବିମାନ ବନ୍ଦରରେ ବାର୍ଷିକ ଅଢେଇ କୋଟି ଯାତ୍ରୀ ଯାତାୟତର କ୍ଷମତା ଥିବାବେଳେ ଏହା ପ୍ରାୟ ୬ କୋଟିକୁ ବୃଦ୍ଧି ପାଇବ ।

ଏହାମଧ୍ୟ ପଢନ୍ତୁ: Himachal Assembly Poll: ହିମାଚଳରେ ସରିଲା ନିର୍ବାଚନୀ ପ୍ରଚାର, କାଲି ପଡିବ ଭୋଟ

ଏହାସହିତ ପ୍ରଧାନମନ୍ତ୍ରୀ(PM Narendra Modi) ବିମାନ ବନ୍ଦର ଠାରେ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ମିଟର ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି(bronze statue of Nadaprabhu Kempegowda) ଉନ୍ମୋଚନ କରିବେ । ଷ୍ଟାଚ୍ୟୁ ଅଫ୍ ୟୁନିଟିର କଳ୍ପନା କରିଥିବା ପ୍ରଖାତ ସ୍ଥପତି ରାମ ଭି ସୁତାର କେମ୍ପେଗୌଡାଙ୍କ ଏହି ପ୍ରତିମୂର୍ତ୍ତିକୁ ପ୍ରସ୍ତୁତ କରିଛନ୍ତି । ତେବେ କେଏସଆର ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସହ ପ୍ରଧାନମନ୍ତ୍ରୀ ମୋଦି 'ଗୌରବ କାଶୀ ଯାତ୍ରା'(Gaurav Kashi Yatra)ର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Last Updated : Nov 11, 2022, 11:31 AM IST

ABOUT THE AUTHOR

...view details