ନୂଆଦିଲ୍ଲୀ:ଆଜି(ବୁଧବାର) ଗତିଶକ୍ତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀର ପ୍ରଗତି ମୈଦାନରେ ଏହି ମଲ୍ଟି ମଡେଲ ସଂଯୋଗ ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆରମ୍ଭ କରିବେ । ଚଳିତ ବର୍ଷ ଅଗଷ୍ଟ ୧୫ ସ୍ବାଧିନତା ଦିବସରେ ଲାଲକିଲାରୁ 'ଗତି ଶକ୍ତି ଯୋଜନା'ର ଘୋଷଣା କରିଥିଲେ । ୧୦୦ ଲକ୍ଷ କୋଟି ଟଙ୍କାର ଏହି ଯୋଜନାକୁ ଲଞ୍ଚ କରିବେ ପ୍ରଧାନମନ୍ତ୍ରୀ । ଏହି ଯୋଜନା ଦେଶରେ ନିଯୁକ୍ତି ଅବସର ସୃଷ୍ଟି କରିବାରେ ସହାୟକ ହେବ ।
ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ ପାଇଁ ହିତାଧିକାରୀଙ୍କ ପାଇଁ ସାମଗ୍ରିକ ଯୋଜନା ସଂସ୍ଥାପନ କରି ପିଏମ ଗତିଶକ୍ତି ଭବିଷ୍ୟତ ସମସ୍ୟାର ସମାଧାନ କରିବ | ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଛି ମହାମାରୀ କୋରୋନା । ତେବେ ବର୍ତ୍ତମାନ ଧିରେ ଧିରେ ଏହି ଅର୍ଥନୀତି ଟ୍ରାକକୁ ଫେରୁଛି । ଏହାକୁ ଆହୁରି ଗତି ଦେବା ପାଇଁ ନୂଆ ନୂଆ ଯୋଜନାର ହେଉଛି ଶୁଭାରମ୍ଭ । ସେଥିମଧ୍ୟରୁ ଗତିଶକ୍ତି ଯୋଜନା ଗୋଟିଏ ।