ଓଡିଶା

odisha

ETV Bharat / bharat

tokyo olympics; ଆଜି ଅଲମ୍ପିୟାନଙ୍କ ସହ କଥା ହେବେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଟୋକିଓ ଅଲିମ୍ପିକ ପାଇଁ ଦିନ ପାଖେଇ ପାଖେଇ ଆସୁଛି । ଏନେଇ କ୍ରୀଡାବିତଙ୍କ ପ୍ରସ୍ତୁତି ବିଷୟରେ ଜାଣିବାକୁ ଆଜି ସେମାନଙ୍କ ସହିତ ଯୋଡି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ଆଜି ଅଲମ୍ପିୟାନଙ୍କ ସହିତ କଥା ହେବେ ମୋଦି
ଆଜି ଅଲମ୍ପିୟାନଙ୍କ ସହିତ କଥା ହେବେ ମୋଦି

By

Published : Jul 13, 2021, 7:54 AM IST

ନୂଆଦିଲ୍ଲୀ:ଟୋକିଓ ଅଲିମ୍ପିକ (tokyo olympics)କୁ ଆଉ ମାତ୍ର ଦୁଇସପ୍ତାହ ବାକି ରହିଲା । ଦିନ ଯେତେ ପାଖଉଛି ଖେଳାଳିଙ୍କ ମଧ୍ୟରେ ସେତେ ଉତ୍କଣ୍ଠା ବଢୁଛି । ସେମାନଙ୍କ ଉତ୍ସାହକୁ ଆଉ ଟିକେ ବଢାଇବାକୁ ଟୋକିଓ ଟିକେଟ ପାଇଥିବା ସମସ୍ତ କ୍ରୀଡାବିତଙ୍କ ସହିତ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା 17ରେ ଭାରତର ପ୍ରଥମ ପର୍ଯ୍ୟାୟ ଭାରତୀୟ ଦଳ ଟୋକିଓ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଭର୍ଚୁଆଲରେ ସନ୍ଧ୍ୟା 5ଟାରେ ସମସ୍ତ କ୍ରୀଡାବିତଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ । ଅଲମ୍ପିକ ପାଇଁ ସେମାନଙ୍କ ପ୍ରସ୍ତୁତି ନେଇ ଆଲୋଚନା କରିବେ । ଏଥର 115ରୁ ଅଧିକ ଜଣ ଆଥଲେଟ ଟୋକିଓ ଅଲିମ୍ପିକ ପାଇଁ ଟିକେଟ ପାଇଛନ୍ତି । ଚଳିତ ବର୍ଷ ଜୁଲାଇ 23ରୁ ଅଗଷ୍ଟ 8 ପର୍ଯ୍ୟନ୍ତ ଅଲିମ୍ପିକ ଖେଳା ଯିବାକୁ ସୂଚୀ ପ୍ରସ୍ତୁତ ହୋଇଛି । ଏହା ପୂର୍ବ ବର୍ଷ ଖେଳାଯିବାକୁ ସ୍ଥିର ହୋଇଥିଲା ମାତ୍ର କୋରୋନା ପାଇ ସ୍ଥଗିତ ରଖାଯାଇଥିଲା ।

ମେ ମାସରେ ଟୋକିଓରେ ସଂକ୍ରମଣ ହାର ଉପରମୁହାଁ ରହିଛି । ଯାହାକୁ ନେଇ ଉଭୟ ଆୟୋଜକ ଓ ଜାପାନ ସରକାର ଚିନ୍ତାରେ ପଡିଛନ୍ତି । ଶେଷରେ ବିନା ଦର୍ଶକରେ ଅଲିମ୍ପିକ ଆୟୋଜନ କରିବା ନେଇ ନିଷ୍ପତ୍ତି ହୋଇଛି । ଏହା ସହିତ ଅଗଷ୍ଟ 22 ଯାଏଁ ଟୋକିଓରେ ଜରୁରୀକାଳୀନ ପରିସ୍ଥତି ଜାରି ରହିବ ବୋଲି ଜାପାନ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗା ଘୋଷଣା କରିଛନ୍ତି ।

ନୂଆ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ଗତକାଲି ବୈଠକ ବସିଥିଲା । ଏଥିରେ ଭାରତୀୟ ଅଲିମ୍ପିକ୍ସ ସଂଘର ଅଧିକାରୀମାନେ ଯୋଗ ଦେଇଥିଲେ । ଦାୟିତ୍ବ ଗ୍ରହଣ କରିବା ପରେ କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ପ୍ରଥମ ସମୀକ୍ଷା ବୈଠକ କରିଥିଲେ । ବୈଠକରେ କ୍ରୀଡାବିତମାନଙ୍କର ଅଲମ୍ପିକ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ । 'ଚିୟର ଫର ଇଣ୍ଡିଆ' ଅଭିଯାନ ଓ ଆଜି ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିଲା ।

@ANI

ABOUT THE AUTHOR

...view details