ନୂଆଦିଲ୍ଲୀ: ଝାଡଖଣ୍ଡର ଦେଓଘର ତ୍ରିକୂଟରେ ଘଟିଥିବା ରୋପଓ୍ବେ ଦୁର୍ଘଟଣାରେ ଉଦ୍ଧାର ଅଭିଯାନରେ ସାମିଲ ହୋଇଥିବା ସମସ୍ତ ସୁରକ୍ଷାକର୍ମୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି । ଉଦ୍ଧାର ଅଭିଯାନରେ ସାମିଲ ହୋଇଥିବା ବାୟୁସେନା, ସେନା, ଏନଡିଆରଏଫ ଓ ଆଇଟିବିପି ଯବାନଙ୍କ ସହ ଆଜି ରାତି 8 ଟାରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
Ropeway Accident in Deoghar: ଉଦ୍ଧାର ଅଭିଯାନରେ ସାମିଲ ଯବାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ - ଦେଓଘର ରୋପଓ୍ବେ ଦୁର୍ଘଟଣା
ଝାଡଖଣ୍ଡର ଦେଓଘର ତ୍ରିକୂଟରେ ଘଟିଥିବା ରୋପଓ୍ବେ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ସମସ୍ତ ସୁରକ୍ଷା କର୍ମୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସଂନ୍ଧ୍ୟାରେ କାର୍ଯ୍ୟକ୍ରମ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ
ropeway accident in deoghar: ଉଦ୍ଧାର ଅଭିଯାନରେ ସାମିଲ ଯବାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
ଦେବଘରର ମୋହନପୁର ବ୍ଲକ ଅନ୍ତର୍ଗତ ତ୍ରିକୂଟ ପର୍ବତରେ ଅବସ୍ଥିତ ରୋପ-ୱେରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏକାଧିକ ଟ୍ରଲି ଫସି ରହିଥିଲେ ପର୍ଯ୍ୟଟକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାର ଅଭିଯାନରେ ବାୟୁସେନାର ଦୁଇ ହେଲିକପ୍ଟରର ସହ ଏନଡିଆରଏଫ ଓ ଆଇଟିବିପି ଯବାନ ମଧ୍ୟ ସାମିଲ ହୋଇଥିଲେ । ପ୍ରାୟ 2 ଦିନର ଅଭିଯାନ ପରେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯିବାରେ ସଫଳତା ମିିଳିଥିବା ବେଳେ 4 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ