ଓଡିଶା

odisha

ଏପ୍ରିଲ ପହିଲାରେ Pariksha Pe Charcha କାର୍ଯ୍ୟକ୍ରମ

By

Published : Mar 26, 2022, 6:11 PM IST

ଏପ୍ରିଲ ପହିଲାରେ ହେବ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ପରୀକ୍ଷା ଓ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର ଅବସର ବୋଲି କହିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ପରୀକ୍ଷା ପେ ଚର୍ଚ୍ଚା ଜୀବନ ଓ ପରୀକ୍ଷା ପାଇଁ ଆଲୋଚନାର ଏକ ଅବସର: PM Modi
ପରୀକ୍ଷା ପେ ଚର୍ଚ୍ଚା ଜୀବନ ଓ ପରୀକ୍ଷା ପାଇଁ ଆଲୋଚନାର ଏକ ଅବସର: PM Modi

ନୂଆଦିଲ୍ଲୀ:ଆସନ୍ତା ମାସ ପହିଲାରେ ଅନୁଷ୍ଠିତ ହେବ ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ (Pariksha Pe Charcha) କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀଙ୍କ ସହ ସିଧା ସମ୍ବାଦ କରିବେ ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ଏହି କାର୍ଯ୍ୟକ୍ରମର ୪ର୍ଥ ସଂସ୍କରଣ ଶେଷ ହୋଇଥିବା ବେଳେ ଚଳିତଥର ୫ମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ଆଜି ଏନେଇ ମୋଦି ଟ୍ବିଟ କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ଜୀବନ ଓ ପରୀକ୍ଷାର ଏକାଧିକ ଦିଗକୁ ନେଇ ଆଲୋଚନା କରିବାର ଏକ ଅବସର ପ୍ରଦାନ କରିବ ।

ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀମାନଙ୍କ ସହ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥାନ୍ତି । ଏହି କାର୍ଯ୍ୟକ୍ରମ କେନ୍ଦ୍ର ଶିକ୍ଷା ମନ୍ତ୍ରାଣାଳୟର ସ୍କୁଲ ଏଜୁକେସନ ଓ ଲିଟ୍ରେସି ବିଭାଗ ଦ୍ବାରା ଆୟୋଜିତ ହୋଇଆସୁଛି । ଗତବର୍ଷ କୋରୋନା ସଂକ୍ରମଣ କାରଣରୁ ଏପ୍ରିଲ ୭ତାରିଖରେ ଅନ-ଲାଇନ ମୋଡରେ ଏହାକୁ ଆୟୋଜିତ କରାଯାଇଥିଲା । ଆରମ୍ଭରୁ ୩ବର୍ଷ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଦିଲ୍ଲୀରେ ଟାଉନ ହଲ ମୋଡରେ ଅନୁଷ୍ଠିତ ହୋଇଥିଲା ବେଳେ ଗତବର୍ଷ ଏହା ଅନ-ଲାଇନ ମୋଡରେ ଅନୁଷ୍ଠିତ ହୋଇଥିଲା ।

ଚଳିତବର୍ଷ ଏହାର ୫ମ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ଏହାକୁୁ ନେଇ ପ୍ରଧାନମନ୍ତ୍ରୀ ବେଶ୍ ଉତ୍ସାହିତ ଥିବା ନଜର ଆସିଛନ୍ତି । ଏହିପରି କାର୍ଯ୍ୟକ୍ରମ କେବଳ ପରୀକ୍ଷା ନୁହେଁ ବରଂ ଜୀବନର ଏକାଧିକ ଦିଗକୁ ଆଲୋକପାତ କରିବାର ଅବସର ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ ମଧ୍ୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details