ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Narendra Modi) ଆଜି ଲୋକସଭାରେ (Lok Sabha) କଂଗ୍ରେସ (Congress) ପାର୍ଟି ଉପରେ ମନଇଚ୍ଛା ବର୍ଷିଛନ୍ତି । କଂଗ୍ରେସକୁ ବିଭାଜନକାରୀ ଦଳ କହି ମୋଦି ତାମିଲନାଡୁକୁ ନେଇ ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଘେରିଛନ୍ତି କଂଗ୍ରେସକୁ ।
ମୋଦି ଲୋକସଭାରେ କହିଛନ୍ତି, ତାମିଲ ଭାବନା ସହ ରାଜନୀତି ହୋଇଛି । ତାମିଲ ଲୋକଙ୍କୁ ଉଷକାଇବା ପାଇଁ ଉଦ୍ୟମ ହୋଇଛି । ଇଂରେଜ ନୀତି ଆପଣାଇଛି କଂଗ୍ରେସ । ସମ୍ବିଧାନରେ ରାଷ୍ଟ୍ର ଶବ୍ଦ ନାହିଁ କହି ଅପମାନ କରାଯାଇଛି ସମ୍ବିଧାନ ଓ ରାଷ୍ଟ୍ରକୁ । ମୋଦି କହିଛନ୍ତି ରାଷ୍ଟ୍ର ଆମ ପାଇଁ ଜୀବନ୍ତ ଆତ୍ମା । କଂଗ୍ରେସ ପାର୍ଟି ବାରୁମ୍ବାର ଦେଶ ଓ ସମ୍ବିଧାନକୁ ଅପମାନ କରିବା ପାଇଁ ଉଦ୍ୟମ କରୁଛି ।
ମୋଦି ଆଗକୁ ଆହୁରି କହିଛନ୍ତି ତାମିଲନାଡୁରେ ଯେତେବେଳେ ଆମର ଦିବଂଗତ CDS General ବିପିନ ରାୱତଙ୍କ ଦୁର୍ଭାଗ୍ୟ ଜନକ ଦେହାନ୍ତ ହେଲା, ଆଉ ତାଙ୍କ ମରଶରୀର ବିମାନ ବନ୍ଦର ଅଭିମୁଖେ ଅଣାଯାଉଥିଲା, ସେତେବେଳେ ବିନା ସୂଚନାରେ ମଧ୍ୟ ଘଣ୍ଟା ଘଣ୍ଟା ଧରି ଆମର ତାମିଲବାସୀ ରାସ୍ତାରେ ଛିଡା, ହୋଇ General ବିପିନ ରାୱତଙ୍କ ମରଶରୀରେ ପୁଷ୍ପବର୍ଷା କରିଥିଲେ । ଏହାସହ ଛଳଛଳ ଆଖିରେ ବୀର ଅମର ରହେ କହି ବିଦାୟ ଦେଇଥିଲେ । ଏହାହେଉଛି ମୋର ଦେଶ । ଯେଉଁଠି ବିବିଧତା ମଧ୍ୟରେ ଏକତା ରହିଆସିଛି । ହେଲେ ଏହି କଂଗ୍ରେସ ପାର୍ଟି ସେହି ତାମିଲ ଭାବନକୁ ଅପମାନିତ କରିଛି ।