ଓଡିଶା

odisha

ETV Bharat / bharat

ମନ୍ କି ବାତ୍ ମୋ ପାଇଁ ପୂଜା ଆସ୍ଥା କହିଲେ ପ୍ରଧାନମନ୍ତ୍ରୀ, ମନେ ପକାଇଲେ ଡି.ପ୍ରକାଶ ରାଓଙ୍କ କଥା - Narendra Modi remembers D Prakash Rao

ମାସିକ ରେଡିଓ କାର୍ଯ୍ୟକ୍ରମର 100ତମ ଏପିସୋଡରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ମନ୍ କି ବାତ୍ କାର୍ଯ୍ୟକ୍ରମ
pm modi on 100th Mann Ki Baat ₹

By

Published : Apr 30, 2023, 12:04 PM IST

Updated : Apr 30, 2023, 12:29 PM IST

ନୂଆଦିଲ୍ଲୀ:ସେଞ୍ଜୁରୀ ମାରିଛି ମନ୍ କି ବାତ୍ କାର୍ଯ୍ୟକ୍ରମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମର 100ତମ ସଂସ୍କରଣ ପୂରଣ ହୋଇଛି । ଏହି 100ତମ ସଂସ୍କରଣରେ ଦେଶବାସୀଙ୍କୁ ମନ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । 100ତମ ଏପିସୋଡ ଭାରତ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ମନ କି ବାତ୍ କାର୍ଯ୍ୟକ୍ରମ ମୋ ପାଇଁ କେବଳର ଏକ କାର୍ଯ୍ୟକ୍ରମ ନୁହେଁ ଏହା ବିଶ୍ବାସ, ଆସ୍ଥା, ପୂଜା ଓ ବ୍ରତ । ଏହି କାର୍ଯ୍ୟକ୍ରମ କୋଟି କୋଟି ଜନତାଙ୍କ ଭାବନା । ଦେଶବାସୀଙ୍କ ସଫଳତାର ବାର୍ତ୍ତା ମନ୍ କି ବାତ୍ । ସାଧାରଣ ଲୋକଙ୍କ ସହ ଯୋଡି ହେବାର ମାଧ୍ୟମ ମନ୍ କି ବାତ୍ । ଦେଶବାସୀଙ୍କ ସହ ବାନ୍ଧି ରଖିଛି ମନ୍ କି ବାତ୍ । ଅନ୍ୟମାନଙ୍କଠୁ ଏହା ଶଖିବାକୁ ମାଧ୍ୟମ । ଏହା ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୁଖ୍ୟମନ୍ତ୍ରୀ ଦିନରୁ ଅନୁଭୂତି ବାଣ୍ଟିଲେ:100ତମ ମନ୍ କି ବାତ୍ କାର୍ଯ୍ୟକ୍ରମର ବିଶ୍ବେଷତ୍ବ ବିଷୟରେ ଦେଶବାସୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କି ବାତ୍ ଏବେ ଜନ ଆନ୍ଦୋଳନରେ ପରଣତ ହୋଇଛି । ଅନ୍ୟଙ୍କ ଗୁଣରୁ ଶିକ୍ଷା କରିବାର ଅନେକ ଅନୁଭୂତି ମିଳିଛି । ଗୁଜୁରାଟ ମୁଖ୍ୟମନ୍ତ୍ରୀ ଦିନର ଅନୁଭୂତିଠାରୁ ମନ କଥା ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ସେ କହିଥିଲେ,''ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଲୋକଙ୍କ ସହ ସମ୍ପର୍କ ହୋଇ ପାରୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ହୋଇ ଦିଲ୍ଲୀ ଆସିବା ପରେ ଏହା କଷ୍ଟକର ଥିବା ମାତ୍ର ମନ୍ କି ବାତ୍ ଏହାକୁ ସହଜ କରିଛି । ମନ୍ କି ବାତରୁ ଜନ ଅନ୍ଦୋଳନର ଜନ୍ମ ହୋଇଛି । ଏହା ସେହି ଆନ୍ଦୋଳନକୁ ଗତି ଦେଇଛି । ସାଧାରଣ ଲୋକଙ୍କ ସହ ଯୋଡି ହେବାର ମାଧ୍ୟମ । ଏହି କାର୍ଯ୍ୟକ୍ରମ କୋଟି କୋଟି ଜନତାଙ୍କ ଭାବନା । ଦେଶବାସୀଙ୍କ ସଫଳତାର ବାର୍ତ୍ତା ମନ୍ କି ବାତ୍ । ମନ୍ କି ବାତ୍ କାର୍ଯ୍ୟକ୍ରମ ମୋ ପାଇଁ ଏହା ବିଶ୍ବାସ, ଆସ୍ଥା, ପୂଜା ଓ ବ୍ରତ । ମୋ ମନର ଆଧ୍ୟାତ୍ମିତ ଯାତ୍ରା ହୋଇଛି ମନ୍ କି ବାତ୍ । ''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, '' ଏହି କାର୍ଯ୍ୟକ୍ରମରେ ଆମେ ଅନେକ ନାରୀ ଶକ୍ତିର ପ୍ରେରଣାଦାୟୀ କାହାଣୀ ବିଷୟରେ ଜାଣିଛେ । ମନ୍ କି ବାତ୍ ଯେଉଁ ବିଷୟ ସହ ଯୋଡି ହୋଇଛି ତାହା ଜନ ଆନ୍ଦୋଳନରେ ପରିଣତ ହୋଇଛି । କ୍ରୀଡା ହେଉ କି ସେନା ସମସ୍ତ କ୍ଷେତ୍ରରେ ମହିଳାଙ୍କ ସଫଳତା କାହାଣୀକୁ ଏହି କାର୍ଯ୍ୟକ୍ରମରେ ପ୍ରଶଂସା ମିଳିଛି । ଦେଶରେ ଦ୍ରୁତ ଗତିରେ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତୀ ହୋଇଛି । ପ୍ରାକୃତିକ ସମ୍ପଦ, ନଦୀ, ପାହାଡ ଆମର ତୀର୍ଥ ସ୍ଥଳକୁ ସ୍ବଚ୍ଛ ରଖିବା ଜରୁରୀ ହୋଇଛି । ଏହା ପର୍ଯ୍ୟଟନ କ୍ଷେତ୍ରରେ ସହାୟ ହୋଇଛି ।

ଦୋହରାଇଲେ ଡି.ପ୍ରକାଶ ରାଓଙ୍କ କଥା: 100ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମସ୍ତ ପ୍ରେରଣାଦାୟୀ ବ୍ୟକ୍ତିଙ୍କ କାହାଣୀ ବିଷୟରେ କହିଛନ୍ତି । 100 ଏସିସୋଡ ମଧ୍ୟରେ ଅନ୍ୟକୁ ପ୍ରେରଣା ଦେଇଥିବା ସେହି ସମସ୍ତ ବ୍ୟକ୍ତିତ୍ବଙ୍କ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା କଟକର ଜଣେ ଶିକ୍ଷକ ଡି. ପ୍ରକାଶ ରାଓଙ୍କ କଥା କହିଛନ୍ତି ପ୍ରଧାନମନ୍ତ୍ରୀ । ଚା’ ବିକ୍ରି କରି ଗରିବ ପିଲାଙ୍କୁ ପାଠ ପଢାଉଥିଲେ ଡି. ପ୍ରକାଶ ରାଓ । ଚା’ ବିକ୍ରି କରି ସେ କିପରି ଗରିବ ପିଲାଙ୍କ ଭବିଷ୍ୟତ ଗଢୁଥିଲେ ସେ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶ ପ୍ରତିଭାଶାଳୀ ବ୍ୟକ୍ତିତ୍ବଙ୍କ ସଫଳତା ଦ୍ବାରା ପ୍ରଗତିଶୀଳ । ଶତ୍ରୁ ହେଉ କି ମିତ୍ର ସମସ୍ତଙ୍କଠୁ ଭଲ ଗୁଣରୁ ଶିଖିବାର ଅଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଶୁଭେଚ୍ଛା ଜଣାଇଲେ ୟୁନିସ୍କୋ ଡିଜି:ମନ୍ କି ବାତ୍ କାର୍ଯ୍ୟକ୍ରମର 100ତମ ଏପିସୋଡ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ୟୁନିସ୍କୋ ଡିଜି ଅଡରେ ଅଜୁଲେ । ବିଭିନ୍ନ କ୍ଷେତ୍ରରେ ଭାରତର ପଦକ୍ଷେପ ଓ ଜି-20 ସଦସ୍ୟତା ନେଇ ପ୍ରଶଂସା କଲେ ୟୁନିସ୍କୋ ଡିଜି । ଏହା ସହିତ ସେ କିଛି ପ୍ରଶ୍ନ ମଧ୍ୟ ପଚାରିଥିଲେ । 2023 ସୁଦ୍ଧା ଗୁଣାତ୍ମକ ଶିକ୍ଷା ପାଇଁ ୟୁନିସ୍କୋ କାର୍ଯ୍ୟ କରି ଆସୁଛି । ଶିକ୍ଷା ହେଉ କି ସଂସ୍କୃତି ତାର ସଂରକ୍ଷଣ ହେଉ ବା ସମ୍ବର୍ଦ୍ଧନା ଭାରତର ଏହା ପ୍ରାଚୀନ ପରମ୍ପରା । ମୋର ବିଶ୍ବାସ ଅଛି ଯେ ସାମୂହିକ ପ୍ରୟାସରେ ବଡ ବଡ ପରିବର୍ତ୍ତନ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

2014 ଅକ୍ଟୋବର 3 ତାରିଖରୁ ଆରମ୍ଭ ହୋଇଥିବା ମନ୍ କି ବାତ୍ କାର୍ଯ୍ୟକ୍ରମ ଆଜି 100ତମ ଏପିସୋଡରେ ପହଞ୍ଚିଛି । ଏହି କାର୍ଯ୍ୟକ୍ରମ ଦେଶରେ 4 ଲକ୍ଷ କେନ୍ଦ୍ରରେ ପ୍ରସାରିତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସାରିତ 100ତମ ଏପିସୋଡକୁ ଶୁଣିଛନ୍ତି ଶ୍ରୋତା । ନ୍ୟୁୟର୍କ ସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ପ୍ରସାରିତ ହୋଇଛି । ବିଦେଶରେ ପ୍ରସାରିତ ଏହି କାର୍ଯ୍ୟକ୍ରମକୁ ଦେଖିଛନ୍ତି ଲକ୍ଷ ଲକ୍ଷ ଦେଶପ୍ରେମୀ । ଏହି ମାସିକ ରେଡିଓ କାର୍ଯ୍ୟକ୍ରମ ଲୋକପ୍ରିୟତା ଶୀର୍ଷରେ ପହଞ୍ଚିଛି । କାର୍ଯ୍ୟକ୍ରମର ପ୍ରସ୍ତୁତି ନେଇ ମିଡିଆ, ଆକାଶବାଣୀକୁ ଧନ୍ୟବାଦ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Last Updated : Apr 30, 2023, 12:29 PM IST

ABOUT THE AUTHOR

...view details