ଓଡିଶା

odisha

ETV Bharat / bharat

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି 147ତମ ଜନ୍ମ ଜୟନ୍ତୀ । ଏହି ଅବସରରେ କେଭାଡିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ
ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

By

Published : Oct 31, 2022, 9:36 AM IST

Updated : Oct 31, 2022, 9:47 AM IST

ଗାନ୍ଧୀନଗର:ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଆଜି 147ତମ ଜନ୍ମ ଜୟନ୍ତୀ । ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଗୁଜୁରାଟର କେଭାଡିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ପରେଡରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

କର୍ତ୍ତବ୍ୟକୁ ପୂରଣ କରିବା ସହିତ ଦେଶର ଅଖଣ୍ଡତା ଏବଂ ଆମର ପ୍ରତ୍ୟେକ ପ୍ରୟାସ ସର୍ଦ୍ଦାର ପଟେଲଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । 2047ରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଯିବ । ସେହି ବିକଶିତ ରାଷ୍ଟ୍ରର ସ୍ବପ୍ନ ଦେଖିଥିବା ନେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ସ୍ବାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା ଥିଲା । ଆୟୋଜିତ ଏକତା ପରେଡରେ ରାଜ୍ୟ ପୋଲିସ ଓ କେନ୍ଦ୍ର ପୋଲିସ ଯିଏକି ଆମ ତ୍ରିରଙ୍ଗାର ବଳ ଅଂଶ ଗ୍ରହଣ କରିଛନ୍ତି । ସେହିପରି 75 ହଜାର ସ୍ଥାନରେ 'ରନ ଫର ୟୁନିଟ' କାର୍ଯ୍ୟକ୍ରମ କରାଯାଉଛି । ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହ ପତକା ଦେଖାଇ 'ରନ ଫର ୟୁନିଟ' କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ସ୍ୱାଧୀନତା ପରେ ଦେଶକୁ ଏକ ଜାତୀୟ ସୂତ୍ରରେ ବାନ୍ଧି ରଖିଥିଲେ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଥମେ ୨୦୧୪ରେ ଜାତୀୟ ଏକତା ଦିବସ ପାଳନ କରାଯାଇଥିଲା । ସ୍ୱାଧୀନତା ପରେ ସର୍ଦ୍ଦାର ପଟେଲ ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ମଧ୍ୟ ଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୩୧ ଅକ୍ଟୋବର ୧୮୭୫ରେ ଗୁଜୁରାଟର ନାଡିୟାଦରେ ଜନ୍ମଗ୍ରହଣ କରିଥିଲେ । ମହାତ୍ମା ଗାନ୍ଧୀ ସର୍ଦ୍ଦାର ପଟେଲଙ୍କୁ ଲୌହ ମାନବର ଆଖ୍ୟା ଦେଇଥିଲେ । ଗୁଜୁରାଟର ନର୍ମଦା ସ୍ଥିତ ସର୍ଦ୍ଦାର ସରୋବର ଡ୍ୟାମ ସମ୍ମୁଖରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି । ଏହା ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି । ୩୧ ଅକ୍ଟୋବର ୨୦୧୮ରେ ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା । ୧୯୯୧ରେ ତାଙ୍କୁ 'ଭାରତ ରତ୍ନ' ପ୍ରଦାନ କରାଯାଇଥିଲା ।

ଏହା ବି ପଢନ୍ତୁ...20 ରୁ 30 TRS ବିଧାୟକଙ୍କୁ କିଣି ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି BJP: କେସିଆର

ଦେଶର ଆଧାର ଏହାର ଏକତା ଏବଂ ଅଖଣ୍ଡତା ଉପରେ ଥାଏ ଏବଂ ସର୍ଦ୍ଦାର ପଟେଲ ଦେଶର ଏକତାର ସ୍ଥାପତ୍ୟ କରିଥିଲେ । ସେଥିପାଇଁ ତାଙ୍କର ଜନ୍ମଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଏ । ୧୫ ଡିସେମ୍ବର ୧୯୫୦ରେ ମୁମ୍ବାଇରେ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କର ଦେହାନ୍ତ ହୋଇଥିଲା ।

Last Updated : Oct 31, 2022, 9:47 AM IST

ABOUT THE AUTHOR

...view details