ଟୋକିଓ:4ର୍ଥ କ୍ବାଡ ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନ ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି (ସୋମବାର) ରାଜଧାନୀ ଟୋକିଓରେ ବିଜିନେସ ମ୍ୟାନ ରାଉଣ୍ଡ ଟେବୁଲ ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି । ଏଥିରେ ଜାପାନର ପ୍ରମୁଖ ବ୍ୟବସାୟୀମାନେ ଅଂଶଗ୍ରହଣ କରିଥିଲେ । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ (ease of doing) ବୃଦ୍ଧି କରିବା ନେଇ ଆଲୋଚନା ହୋଇଛି ।
PM Modi in Japan: ବିଜିନେସମ୍ୟାନ୍ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ - PM Narendra Modi Talk to Japanese business leaders
ବିଜିନେସମ୍ୟାନ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ ମୋଦି ।‘Make in India for the World’ ମିଶନରେ ସାମିଲ ହେବା ପାଇଁ ଜାପାନୀ ବ୍ୟବସାୟୀଙ୍କୁ ଦେଲେ ଆହ୍ବାନ । ଅଧିକ ପଢନ୍ତୁ
PM Narendra Modi in Japan: ବିଜିନେସମ୍ୟାନ ରାଉଣ୍ଡ ଟେବୁଲରେ କଲେ ଅଂଶଗ୍ରହଣ
ଏହି ରାଉଣ୍ଡଟେବୁଲ ଆଲୋଚନାରେ ଜାପାନର 30 ପ୍ରମୁଖ ବ୍ୟବସାୟୀକ କମ୍ପାନୀର ଶୀର୍ଷ କାର୍ଯ୍ୟନିର୍ବାହୀ ଅଧିକାରୀ ସାମିଲ ହୋଇଥିଲେ । ଜାପାନର ବ୍ୟବସାୟୀମାନଙ୍କୁ ଭାରତରେ ବ୍ୟବସାୟ କରିବା ପାଇଁ ପ୍ରୋତ୍ସାହିତ କରିବା ପାଇଁ ‘Make in India for the World’ ମିଶନରେ ସାମିଲ ହେବା ନେଇ ପ୍ରଧାନମନ୍ତ୍ରୀ ଅହ୍ବାନ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ବୈଦେଶିକ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।
ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ