ନୂଆଦିଲ୍ଲୀ: ଆଜି ସଂସଦରେ ଚଳିତ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ପ୍ରଧାନମନ୍ତ୍ରୀ ମୋଦି ଏହି ବଜେଟକୁ ଏକ ପ୍ରଗତିଶୀଳ ବଜେଟ ଭାବେ ଅବିହିତ କରିଛନ୍ତି । ଚଳିତ ବଜେଟ ବିଶେଷ ଭାବେ ସମାଜର ପଛୁଆ ବର୍ଗର ଲୋକଙ୍କୁ ଉପକୃତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ପ୍ରାରମ୍ଭିକ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇ ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ଏକ ଲୋକାଭିମୁଖୀ ଏବଂ ପ୍ରଗତିଶୀଳ ବଜେଟ । ଏହି ବଜେଟ୍ ଲୋକଙ୍କ ପାଇଁ ନୂତନ ଆଶା ଏବଂ ସୁଯୋଗ ସୃଷ୍ଟି କରିବ । ଅର୍ଥନୀତିକୁ ମଜବୁତ କରିବା ସହ ଏହା ଭିତ୍ତିଭୂମି ସୁଦୃଢୀକରଣ, ଅଧିକ ପୁଞ୍ଜି ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଅବସର ସୃଷ୍ଟି କରିବାରେ ବେସ ସହାୟକ ହେବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।