ଓଡିଶା

odisha

ETV Bharat / bharat

ଧନଖରଙ୍କୁ ଶୁଭେଚ୍ଛାର ସୁଅ: ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ

୧୪ତମ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଜଗଦୀପ ଧନଖରଙ୍କ ନିକଟକୁ ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତି, ଉପ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଶୁଭେଚ୍ଛା । ୧୧ ତାରିଖରେ ନେବେ ଶପଥ । ଅଧିକ ପଢନ୍ତୁ

ନିର୍ବାଚିତ ହେବା ପରେ ଧନଖରଙ୍କୁ ଶୁଭେଚ୍ଛାର ସୁଅ, ଟ୍ବିଟରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା, ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ
ନିର୍ବାଚିତ ହେବା ପରେ ଧନଖରଙ୍କୁ ଶୁଭେଚ୍ଛାର ସୁଅ, ଟ୍ବିଟରେ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା, ବାସଭବନରେ ଭେଟିଲେ ପ୍ରଧାନମନ୍ତ୍ରୀ

By

Published : Aug 6, 2022, 9:30 PM IST

ନୂଆଦିଲ୍ଲୀ:ଦେଶର ୧୪ତମ ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ପ୍ରାର୍ଥୀ ଜଗଦୀପ ଧନଖର । ବିଜୟୀ ହେବା ପରେ ଧନଖରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ପ୍ରମୁଖ ଧନଖରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧନଖରଙ୍କ ବାସଭନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ଜି ନଡ୍ଡା ମଧ୍ୟ ଧନଖରଙ୍କୁ ବାସଭବନରେ ସାକ୍ଷାତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଧନଖରଙ୍କ ପ୍ରତିଦ୍ବନ୍ଦୀ ଭାବେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ମିଳିତ ବିରୋଧୀ ମଞ୍ଚର ପ୍ରାର୍ଥୀ ମାର୍ଗରେଟ ଅଲଭା ମଧ୍ୟ ସଫଳ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିରୋଧୀ ଦଳ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଧନଖରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କଂଗ୍ରେସ ପ୍ରସ୍ତାବିତ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ପରାଜିତ କରି ଉପ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା NDA ପ୍ରାର୍ଥୀ ଧନଖର, 72.8 ପ୍ରତିଶତ ସହ ମୋଟ 528 ଖଣ୍ଡ ଭୋଟ ହାସଲ କରିଛନ୍ତି । ସେହିପରି ତାଙ୍କ ପ୍ରତିପକ୍ଷ ପ୍ରାର୍ଥୀ ମାର୍ଗରେଟ ଅଲଭାଙ୍କୁ ମିଳିଛି 25.1 ପ୍ରତିଶତ ସହ ମାତ୍ର ୧୮୨ ଖଣ୍ଡ ଭୋଟ । ଚଳିତମାସ ୧୦ ତାରିଖରେ ବିଦାୟୀ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପରଦିନ ଅର୍ଥାତ ୧୧ ତାରିଖରେ ଦେଶର ନୂତନ ତଥା ୧୪ତମ ଉପ ରାଷ୍ଟ୍ରପତି ଭାବେ ଶପଥ ନେବେ ଜଗଦୀପ ଧନଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details