ଓଡିଶା

odisha

ETV Bharat / bharat

ଯୁବବର୍ଗଙ୍କୁ ଦୀପାବଳୀ ଭେଟି, ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - ରୋଜଗାର ମେଳାର ଶୁଭାରମ୍ଭ

ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ନିଯୁକ୍ତି ଆଶାୟୀଙ୍କୁ ଅଫର ଲେଟର ମିଳିବ । ଅଧିକ ପଢନ୍ତୁ

ଯୁବବର୍ଗଙ୍କୁ ଦୀପାବଳୀ ଭେଟି, ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ଯୁବବର୍ଗଙ୍କୁ ଦୀପାବଳୀ ଭେଟି, ରୋଜଗାର ମେଳାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

By

Published : Oct 22, 2022, 12:54 PM IST

ନୂଆଦିଲ୍ଲୀ:୧୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟ ନେଇ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି(PM Narendra Modi launches Rozgar Mela) । ପୂର୍ବାହ୍ନ ସାଢେ ୧୧ଟା ସମୟରେ ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନ୍ସିଂ ଜରିଆରେ ମେଳାର ଶୁଭାରମ୍ଭ କରିଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ନୂତନ ନିଯୁକ୍ତି ଆଶାୟୀମାନଙ୍କୁ ଅଫର ଲେଟର ପ୍ରଦାନ କରାଯାଉଛି । କେନ୍ଦ୍ର ସରକାରଙ୍କ ଖାଲି ପଡିଥିବା ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଏହି ନିଯୁକ୍ତି ମିଳୁଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(PMO) ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ନିଯୁକ୍ତି ଆଶାୟୀମାନେ ସରକାରଙ୍କ ବିଭିନ୍ନ ଶ୍ରେଣୀ ଯଥା ଗ୍ରୁପ-ଏ, ଗ୍ରୁପ-ବି (ଗେଜେଟେଡ), ଗ୍ରୁପ-ବି (ନନଗେଜେଟେଡ) ଓ ଗ୍ରୁପ-ସିରେ ଯୋଗ ଦେବେ । ନିଯୁକ୍ତି ମିଳିବାକୁ ଥିବା ପଦବୀଗୁଡିକ ମଧ୍ୟରେ କେନ୍ଦ୍ରୀୟ ସଶସ୍ତ୍ରବଳ ଅଧିକାରୀ(Ventral Armed Force Personnel), ସବ୍ ଇନ୍ସିପେକ୍ଟର, କନେଷ୍ଟବଳ, ଏଲଡିସି, ଷ୍ଟେନୋ, ପିଏ, ଆୟକର ଇନ୍ସିପେକ୍ଟର, ଏମଟିଏସ ଇତ୍ୟାଦି ରହିଛି । ରୋଜଗାର ମେଳାରେ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖାଯାଇଛି ।

ଏହାମଧ୍ୟ ପଢନ୍ତୁ: ଅନ୍ୟ ଧର୍ମ ଗ୍ରହଣ କରୁଥିବା ବ୍ୟକ୍ତିଙ୍କୁ ସଂରକ୍ଷଣରୁ ବାଦ ଦିଆଯାଉ, ଦାବି କଲା VHP

ଏହି ନିଯୁକ୍ତି ମନ୍ତ୍ରଣାଳୟ ଓ ବିଭାଗ ଦ୍ବାରା ମିଶନ ମୋଡରେ ଅନ୍ୟାନ୍ୟ ନିଯୁକ୍ତିକାରୀ ସଂସ୍ଥା ଯଥା ୟୁପିଏସସି, ଏସଏସସି, ରେଳବାଇ ନିଯୁକ୍ତି ବୋର୍ଡ ଦ୍ବାରା କରାଯାଇଛି । ନିଯୁକ୍ତି ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଚୟନ ପ୍ରକ୍ରିୟା ସରଳ ଓ ପ୍ରଯୁକ୍ତି ମାଧ୍ୟମରେ କରାଯାଇଛି । ତେବେ ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତି ସୁଯୋଗ ଦେବା ସହ ନାଗରିକମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ନେଇ ଏପରି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପ୍ରତ୍ୟେକ ମନ୍ତ୍ରଣାଳୟ ଓ ବିଭାଗ ଗୁଡିକ ମଞ୍ଜୁରପ୍ରାପ୍ତ ପଦବୀ ଅଧୀନରେ ଉକ୍ତ ସ୍ଥାନ ଗୁଡିକୁ ମିଶନ ମୋଡରେ ପୂରଣ କରିବେ ।

ABOUT THE AUTHOR

...view details