ଓଡିଶା

odisha

ETV Bharat / bharat

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ବ୍ୟାନ, ଲାଭରେ ମୋଦି - active politician

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ ପରେ ଭାରତ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଲାଭ । ଟ୍ରମ୍ପଙ୍କ ଆକାଉଣ୍ଟ ସସପେଣ୍ଡ ପରେ ମୋଦି ବର୍ତ୍ତମାନ ଟ୍ବିଟରରେ ସର୍ବାଧିକ ଫୋଲୋ କରାଯାଉଥିବା ସକ୍ରିୟ ରାଜନୈତିକ ବ୍ୟକ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

pm narendra modi is now most followed active politician
ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ବ୍ୟାନରେ ମୋଦିଙ୍କୁ ଲାଭ, ସର୍ବାଧିକ ଫଲୋୟର୍ସ ସହ ମୋଦି ସକ୍ରିୟ ରାଜନୈତିକ ବ୍ୟକ୍ତି

By

Published : Jan 10, 2021, 3:25 PM IST

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ସସପେଣ୍ଡ ପରେ ଭାରତ ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ଲାଭ । ଟ୍ରମ୍ପଙ୍କ ଆକାଉଣ୍ଟ ସସପେଣ୍ଡ ପରେ ମୋଦି ବର୍ତ୍ତମାନ ଟ୍ବିଟରରେ ସର୍ବାଧିକ ଫୋଲୋ କରାଯାଉଥିବା ସକ୍ରିୟ ରାଜନୈତିକ ବ୍ୟକ୍ତି ହୋଇଛନ୍ତି । କିଛି ଦିନ ପୂର୍ବରୁ ଏହି ରେକର୍ଡ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ନାମରେ ଥିଲା କିନ୍ତୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର ବିଶ୍ବର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରପତିଙ୍କ ଟ୍ବିଟର ଆକାଉଣ୍ଟକୁ ବ୍ଲକ୍ କରିଦେଇଛି ।

ଟ୍ରମ୍ପଙ୍କ ଟ୍ବିଟର ଆକାଉଣ୍ଟ ବ୍ୟାନରେ ମୋଦିଙ୍କୁ ଲାଭ, ସର୍ବାଧିକ ଫଲୋୟର୍ସ ସହ ମୋଦି ସକ୍ରିୟ ରାଜନୈତିକ ବ୍ୟକ୍ତି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ 88.7 ମିଲିୟନ ବା 87 ମିଲିୟନ ଲୋକ ଅନୁସରଣ କରୁଥିଲେ। ଏହାପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ବର ସକ୍ରିୟ ନେତାଙ୍କ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଥିଲେ। 64.7 ମିଲିୟନ ବା 6 କୋଟି 47 ଲକ୍ଷ ଲୋକ ମୋଦିଙ୍କୁ ଅନୁସରଣ କରୁଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଟ୍ବିଟର ଆକାଉଣ୍ଟ ଜରିଆରେ ହିଂସାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଟ୍ବିଟର ଟ୍ରମ୍ପଙ୍କ ଟ୍ବିଟକୁ ବ୍ଲକ୍ କରିଥିଲା ପରେ ଆକାଉଣ୍ଟକୁ ବନ୍ଦ କରାଗଲା । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 67 ମିଲିୟନ ଫଲୋୟର୍ସଙ୍କ ସହ ଟ୍ବିଟରରେ ବିଶ୍ବର ସବୁଠାରୁ ଅଧିକ ସକ୍ରିୟ ରାଜନେତା ହୋଇପାରିଛନ୍ତି।

ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଟ୍ବିଟରରେ 127.9 ମିଲିୟନ କିମ୍ବା 12.97 ନିୟୁତ ଫଲୋୟର୍ସଙ୍କ ସହ ବିଶ୍ବର ସବୁଠାରୁ ଅଧିକ ଅନୁସରଣ କରୁଥିବା ରାଜନେତା ଅଟନ୍ତି। ଯଦିଓ ଓବାମା ବର୍ତ୍ତମାନ କୌଣସି ସ୍ଥିତିରେ ରାଜନୀତିରେ ନାହାଁନ୍ତି ତେଣୁ ତାଙ୍କୁ ସକ୍ରିୟ ରାଜନେତା ଭାବରେ ବିବେଚନା କରାଯାଇପାରିବ ନାହିଁ। ଅନ୍ୟପକ୍ଷେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କର ଟ୍ବିଟରରେ 23.3 ମିଲିୟନ ଫଲୋୟର୍ସ ଅଛନ୍ତି।

ABOUT THE AUTHOR

...view details