ଓଡିଶା

odisha

By

Published : Feb 5, 2022, 8:46 PM IST

ETV Bharat / bharat

PM Inaugurate Statue of Equality: ରାମାନୁଜାଚାର୍ଯ୍ୟ ଭକ୍ତି, ଜ୍ଞାନ ଓ ବୈରାଗ୍ୟର ପ୍ରତୀକ କହିଲେ ମୋଦି

ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦି । Statue of Equalityର କଲେ ଲୋକାର୍ପଣ । ICRISAT) ର 50ତମ ବାର୍ଷିକୋତ୍ସବକୁ ମଧ୍ୟ କଲେ ସମ୍ବୋଧିତ । ଅଧିକ ପଢନ୍ତୁ

Statue of Equality ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ
Statue of Equality ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଏକାଦଶ ଶତାବ୍ଦୀର ହିନ୍ଦୁ ସନ୍ଥ ରାମାନୁଜାଚାର୍ଯ୍ୟଙ୍କ ସ୍ମୃତିରେ 216 ଫୁଟ ଉଚ୍ଚତା ବିଶିଷ୍ଟ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ର ଲୋକାର୍ପଣ କରିଛନ୍ତି । ମହାନ ସନ୍ଥ ରାମାନୁଜଙ୍କ ୧ ହଜାରତମ ଜନ୍ମବାର୍ଷିକୀ (ମିଲେନିୟମ) ଉତ୍ସବର ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ଅଂଶଗ୍ରହଣ କରି ସନ୍ଧ୍ୟା ପ୍ରାୟ ୬ଟାବେଳେ ପ୍ରଧାନମନ୍ତ୍ରୀ ଏହି ଭବ୍ୟ ପ୍ରତିମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Statue of Equality ର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଏହି ଭବ୍ୟ ପ୍ରତିମୂର୍ତ୍ତିଟି ପାଞ୍ଚଟି ଧାତୁର ମିଶ୍ରଣରେ ନିର୍ମାଣ କରାଯାଇଛି । ସୁନା, ରୂପା, ତମ୍ବା, ପିତ୍ତଳ, ଏବଂ ଜିଙ୍କରେ ନିର୍ମିତ ଏହା ବିଶ୍ୱର ଉଚ୍ଚତମ ଧାତବ ମୂର୍ତ୍ତି ମଧ୍ୟରେ ସ୍ଥାନ ପାଇଛି । ଏହାର ପରିସରରେ ବୈଦିକ ଡିଜିଟାଲ ଲାଇବ୍ରେରୀ ଏବଂ ଅନୁସନ୍ଧାନ କେନ୍ଦ୍ର, ପ୍ରାଚୀନ ଭାରତୀୟ ଗ୍ରନ୍ଥାବଳୀ, ଥିଏଟର, ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଜୀବନୀ ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ସ୍ଥାନ ପାଇଛି । ଆଜିର କାର୍ଯ୍ୟକ୍ରମ ସମୟରେ, ରାମାନୁଜାଚାର୍ଯ୍ୟଙ୍କ ଜୀବନ ସିଦ୍ଧାନ୍ତ ଏବଂ ଶିକ୍ଷାଦାନ ଉପରେ ଏକ 3D ପ୍ରୋଜେକସନ ପ୍ରଦର୍ଶନ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ହାଇଦ୍ରାବାଦର ଶ୍ରୀରାମନନଗରମରେ ସମତା ମୂର୍ତ୍ତି ଇନସ୍ପାଇରେସନ ସେଣ୍ଟର ପ୍ରାୟ ୪୫ ଏକର ପରିମତି ଅଞ୍ଚଳରେ ପ୍ରତିଷ୍ଠା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ମଧ୍ୟ କିଛି ସମୟ ପରିଦର୍ଶନ କରିଥି୍ଲେ । ଷ୍ଟାଚ୍ଯୁ ଅଫ ଇକ୍ୟୁଲାଟି ଉନ୍ମୋଚନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତେଲେଙ୍ଗାନା ରାଜ୍ୟପାଳ ତାମିଲ ସାହି ସୁନ୍ଦରରାଜନ, କେନ୍ଦ୍ରୀୟ ମନ୍ତ୍ରୀ ଜି.କିଷନ ରେଡ୍ଡୀ ପ୍ରମୁଖ ୟୋଗଶାଳା ସମେତ କେନ୍ଦ୍ର ପରିସରରେ ଥିବା ରାମାନୁଜଙ୍କ ୫୪ ଫୁଟ ଉଚ୍ଚତା ବିଶୁଷ୍ଟ ୧୨୦ କେଜି ସୁନାରେ ନିର୍ମିତ ପ୍ରତିିମୂର୍ତ୍ତି ମଧ୍ୟ ପରିଦର୍ଶନ କରିଥିଲେ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ସେମି-ଆରିଡ ଟ୍ରପିକ୍ସର ଆନ୍ତର୍ଜାତୀୟ କ୍ରପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ICRISAT) ର 50ତମ ବାର୍ଷିକ ଉତ୍ସବରେ ଅଂଶଗ୍ରହଣ କରି ଅଭିଭାଷଣ ପ୍ରଦାନ କରିଥିଲେ । ଉଦ୍ଭିଦ ସୁରକ୍ଷା ଏବଂ ଦ୍ରୁତ ଜେନେରେସନ୍ ଆଡଭାନ୍ସମେଣ୍ଟ ସୁବିଧା ପାଇଁ ICRISAT ଦ୍ବାରା ବିକଶିତ ଜଳବାୟୁ ପରିବର୍ତ୍ତନ ଅନୁସନ୍ଧାନ ସୁବିଧାକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details