ଓଡିଶା

odisha

ETV Bharat / bharat

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ମହାଳୟା ଶୁଭେଚ୍ଛା

ଆଜି ପବିତ୍ର ମହାଳୟା । ଆଜିର ଏହି ବିଶେଷ ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି । ଏହି ଅବସରରେ ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ମହାଳୟା ଶୁଭେଚ୍ଛା
ପ୍ରଧାନମନ୍ତ୍ରୀଙ୍କ ମହାଳୟା ଶୁଭେଚ୍ଛା

By

Published : Oct 6, 2021, 11:52 AM IST

ନୂଆଦିଲ୍ଲୀ:ଆଜି ପବିତ୍ର ମହାଳୟା । ଆଜିର ଏହି ବିଶେଷ ଦିନରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରାଯାଉଛି । ପ୍ରତ୍ୟେକ ହିନ୍ଦୁ ପାଇଁ ଏହା ଏକ ବିଶେଷ ଦିନ । ଏହି ଅବସରରେ ଦେଶବାସୀଙ୍କୁ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଟ୍ବିଟ କରି ମୋଦି କହିଛନ୍ତି, ଶୁଭ ମହାଳୟା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା । ଜଗତର କଲ୍ୟାଣ ସହିତ ଆମ ଦେଶର ସମସ୍ତ ନାଗରିକଙ୍କ ଭବିଷ୍ୟତ ଉଜ୍ବଳମୟ ହେଉ । ସମସ୍ତ ସୁସ୍ଥ ରୁହନ୍ତୁ ମା ଦୁର୍ଗାଙ୍କ ନିକଟରେ ଏତି ପ୍ରାର୍ଥନା କରୁଛି ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

ଏହା ଏକ ଧର୍ମଭିତ୍ତିକ ପର୍ବ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ ‘ପିତୃପର୍ବ’ ମଧ୍ୟ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେକୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ ।

@ANI

ABOUT THE AUTHOR

...view details