ଓଡିଶା

odisha

ETV Bharat / bharat

New UK PM: ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି - ସୁନକ ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ସୁନକଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଶୁଭେଚ୍ଛା । କହିଲେ ବିଶ୍ବର ସାମ୍ପ୍ରତିକ ପ୍ରସଙ୍ଗ ଓ ୨୦୩୦ ର ରୋଡମ୍ୟାପ ପ୍ରସ୍ତୁତିରେ ଏକାଠି କାମ କରିବାର ମିଳିବ ସୁଯୋଗ (PM Narendra Modi congratulates Rishi Sunak)। ବ୍ରିଟେନରେ ଥିବା ପ୍ରବାସୀ ଭାରତୀୟଙ୍କୁ ଦେଲେ ଦୀପାବଳିର ଶୁଭେଚ୍ଛା । ଅଧିକ ପଢନ୍ତୁ

New UK PM: ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
New UK PM: ସୁନକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

By

Published : Oct 24, 2022, 10:15 PM IST

ନୂଆଦିଲ୍ଲୀ: ବ୍ରିଟେନର ୫୭ତମ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ଶାସକ କଞ୍ଜରଭେଟିବ ପାର୍ଟି ନେତା ତଥା ଭାରତୀୟ ବଂଶୋଦ୍ଭବ ଋଷି ସୁନକ । ଏହି ଅବସରରେ ସୁନକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, ସାମ୍ପ୍ରତିକ ବୈଶ୍ବିକ ପ୍ରସଙ୍ଗ, ଦୁଇ ଦେଶର ମିଳିତ ସ୍ବାର୍ଥ ତଥା ୨୦୩୦ର ରୋଡମ୍ୟାପ ପ୍ରସ୍ତୁତ କରିବାରେ ଏକାଠି କାର୍ଯ୍ୟ କରିବାର ଅବସର ମିଳିବ । ଏହି ଅବସରରେ ସେ ସେଠାରେ ଥିବା ବ୍ରିଟେନ-ଭାରତୀୟଙ୍କୁ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ।

ସୁନକ ହେଉଛନ୍ତି ବ୍ରିଟିଶ ଶାସକ ଦଳ କଞ୍ଜରଭେଟିବ ପାର୍ଟିର ଜଣେ ସାଂସଦ । ସେ ବିଶିଷ୍ଟ ଭାରତୀୟ ଉଦ୍ୟୋଗପତି ତଥା ଇନଫୋସିସର ସହ-ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ବାଇଁ । ତେବେ ଋଷି ୫୭ତମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଥିବା ବେଳେ ବ୍ରିଟିଶ ଇତିହାସରେ ଗତ ଦୀର୍ଘ ୨ ଶତାବ୍ଦୀ ମଧ୍ୟରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ (Rishi Sunak new UK PM)।

ପୂର୍ବରୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ଦୌଡରେ ଥିବା ବେଳେ ତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ଲିଜ ଟ୍ରସ । ତେବେ ଟ୍ରସ ମାତ୍ର ୪୫ ଦିନ ଦାୟିତ୍ବରେ ରହିବା ପରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଥିଲେ । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିଶ ଜନଶନ ଓ ଋଷି ସୁନକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବା ନେଇ ଆଶା କରାଯାଉଥିଲା । ଆଜି ସୁନକ ବିଧିବଦ୍ଧ ଭାବେ ବ୍ରିଟେନର ୫୭ତମ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details