ଓଡିଶା

odisha

By

Published : Mar 13, 2022, 2:22 PM IST

ETV Bharat / bharat

Russia Ukraine War: ୟୁକ୍ରେନ ସମସ୍ୟାକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରି ଚାଲିଛି ଋଷ । ଏହି ପରିପ୍ରେକ୍ଷୀରେ ୟୁକ୍ରେନରେ ଚାଲିଥିବା ବିପଦକୁ ନେଇ ଭାରତର ସୁରକ୍ଷା ପ୍ରସ୍ତୁତି ତଥା ବିଶ୍ବର ପରିସ୍ଥିତିକୁ ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନ ସମସ୍ୟାକୁ ନେଇ ମୋଦିଙ୍କୁ ଉଚ୍ଚସ୍ତରୀୟ ବୈଠକ
ୟୁକ୍ରେନ ସମସ୍ୟାକୁ ନେଇ ମୋଦିଙ୍କୁ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରି ଚାଲିଛି ଋଷ । ସ୍ଥିତି ସୁଧୁରିବାରେ ନାଁ ନେଉନାହିଁ । ଏହି ପରିପ୍ରେକ୍ଷୀରେ ୟୁକ୍ରେନରେ ଚାଲିଥିବା ବିପଦକୁ ନେଇ ଭାରତର ସୁରକ୍ଷା ପ୍ରସ୍ତୁତି ତଥା ବିଶ୍ବର ପରିସ୍ଥିତିକୁ ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚ ସ୍ତରୀୟ ବୈଠକର ସମୀକ୍ଷା କରିଛନ୍ତି ।

ପୂର୍ବରୁ ପିଏମ ନରେନ୍ଦ୍ର ମୋଦି ଅପରେସନ ଗଙ୍ଗା ଜରିଆରେ ଭାରତୀୟଙ୍କୁ ଫେରାଇ ଅଣାଯିବାକୁ ନେଇ ଅନେକ ସମୀକ୍ଷା ବୈଠକ କରିଛନ୍ତି । କେନ୍ଦ୍ର ସରକାର ଫେବୃଆରୀ ୨୪ରେ ଅପରେସନ ଗଙ୍ଗା ଜରିଆରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ୮୦ଟି ସ୍ବତନ୍ତ୍ର ସ୍ଥାନାନ୍ତରଣ ପ୍ରକ୍ରିୟାରେ ୨୦ ହଜାର ଭାରତୀୟ ସ୍ବଦେଶ ଫେରିଛନ୍ତି । ପିଏମ ମୋଦି ୟୁକ୍ରେନ ପଡୋଶୀ ଦେଶମାନଙ୍କ ସହ ସ୍ଥାନାନ୍ତରଣ କାର୍ଯ୍ୟ ପାଇଁ ଯୋଗାଯୋଗ କରିଥିଲେ ।

ବୈଠକରେ ସମସ୍ତ କ୍ୟାବିନେଟ ମନ୍ତ୍ରୀ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମିଲ ହୋଇଛନ୍ତି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଳା ମଧ୍ୟ ଯୋଗ ଦେଇଛନ୍ତି ।

ପ୍ରକାଶ ଥାଉ କି, କିଭ୍‌ରେ ରୁଷୀୟ ସୈନ୍ୟଙ୍କ ଗୁଳିମାଡ଼ରେ ଜଣେ ଶିଶୁ ସମେତ ୭ଜଣଙ୍କ ମୃତ୍ୟୁ ହୋଇଛି । ଗ୍ରୀନ୍ କରିଡରରେ ଆକ୍ରମଣ ହୋଇଥିବା କହିଲା ୟୁକ୍ରେନ । ୬ଟି ରୁଷୀୟ ବିମାନ ନଷ୍ଟ କରିଥିବା ଦାବି କଲା ୟୁକ୍ରେନ ।

@ANI

ABOUT THE AUTHOR

...view details