ଓଡିଶା

odisha

ETV Bharat / bharat

ଭାରତ-ବ୍ରିଟେନ ସମ୍ପର୍କରେ ନୂଆ ଅଧ୍ୟାୟ, ରୋଡ ମ୍ୟାପ୍‌-2030କୁ ମୋଦି-ଜନସନଙ୍କ ମଞ୍ଜୁରୀ - ଭାରତ-ବ୍ରିଟେନ ସମ୍ପର୍କ

ଭାରତ-ବ୍ରିଟେନ ଦ୍ବିପାକ୍ଷିକ ଭର୍ଚୁଆଲ ବୈଠକ । ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନ ପିଏମ ବୋରିସ ଜନସନଙ୍କ ମଧ୍ୟରେ ଏହି ବୈଠକରେ କୋରୋନା ସଂକ୍ରମଣ ଯୋଗୁଁ ଉତ୍ପନ୍ନ ସ୍ଥିତି ଓ ମହାମାରୀ ସହ ମୁକାବିଲା ପାଇଁ ଚାଲିଥିବା ପ୍ରୟାସ ଉପରେ ଚର୍ଚ୍ଚା ହୋଇଛି । ଅଧିକ ପଢନ୍ତୁ...

ଭାରତ-ବ୍ରିଟେନ ସମ୍ପର୍କରେ ନୂଆ ଅଧ୍ୟାୟ, ରୋଡ ମ୍ୟାପ୍‌-2030କୁ ମୋଦି-ଜନସନଙ୍କ ମଞ୍ଜୁରୀ
ଭାରତ-ବ୍ରିଟେନ ସମ୍ପର୍କରେ ନୂଆ ଅଧ୍ୟାୟ, ରୋଡ ମ୍ୟାପ୍‌-2030କୁ ମୋଦି-ଜନସନଙ୍କ ମଞ୍ଜୁରୀ

By

Published : May 4, 2021, 8:44 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିପକ୍ଷ ବୋରିସ ଜନସନଙ୍କ ମଧ୍ୟରେ ହୋଇଛି ଭାରତ-ବ୍ରିଟେନ ଦ୍ବିପାକ୍ଷିକ ଭର୍ଚୁଆଲ ବୈଠକ । ଉଭୟ ନେତା ଏହି ବୈଠକରେ କୋରୋନା ସଂକ୍ରମଣ ଯୋଗୁଁ ଉତ୍ପନ୍ନ ସ୍ଥିତି ଓ ମହାମାରୀ ସହ ମୁକାବିଲା ପାଇଁ ଚାଲିଥିବା ପ୍ରୟାସ ଉପରେ ଚର୍ଚ୍ଚା ହୋଇଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀଙ୍କ ଅନୁଯାୟୀ ଦୁଇ ନେତା ସାଧାରଣ ସ୍ୱାର୍ଥ ସହ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛନ୍ତି। ମୁଖପାତ୍ର କହିଛନ୍ତି ଯେ ଭାରତ-ବ୍ରିଟେନ ସମ୍ପର୍କକୁ ଏକ ନୂତନ ଉଚ୍ଚତା ଦେଇ ରୋଡମ୍ୟାପ -2030 ଶିଖର ସମ୍ମିଳନୀକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।

ରୋଡମ୍ୟାପ -2030 ଅନୁଯାୟୀ ଉଭୟ ଦେଶ ଆଗାମୀ ଦଶନ୍ଧି ପାଇଁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସେମାନଙ୍କର ସମ୍ପର୍କକୁ ଗଭୀର ଏବଂ ମଜବୁତ କରିବେ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶିଖର ସମ୍ମିଳନୀ ବିଷୟରେ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details