ବେଙ୍ଗାଲୁରୁ:ଆଜିଠୁ ୨ଦିନିଆ କର୍ଣ୍ଣାଟକ ଗସ୍ତରେ ଆସି ବେଙ୍ଗାଲୁରୁ ଏବଂ ମହୀଶୂରରେ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi Two Day Karnataka Visit) । ବେଙ୍ଗାଲୁରୁରେ ରେଳ ପ୍ରକଳ୍ପ ଓ ଡକ୍ଟର ବି ଆର ଆମ୍ବେଦକର ସ୍କୁଲ ଅଫ୍ ଇକୋନୋମିକ୍ସର (BASE) ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ, ଚାମୁଣ୍ଡି ପାହାଡ ପରିଦର୍ଶନ ଏବଂ ରାଜ୍ୟର ପ୍ରମୁଖ ଲିଙ୍ଗାୟତ ସେମିନାରୀରେ ମୋଦି ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।
ଆଜି ସକାଳ ୧୧ଟା ୫୫ ମନିଟରେ ବେଙ୍ଗାଲୁରୁ ୟେଲାହଙ୍କା ଏୟାରଫୋର୍ସ ଷ୍ଟେସନରେ ପହଞ୍ଚିବେ ମୋଦି । ଏହାପରେ ସେଠାରୁ ଚୋପର ଯୋଗେ ବାୟୁସେନା କମାଣ୍ଡର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ (IISc) ପହଞ୍ଚି ଦୁଇଟି କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ନିର୍ମୀତ ବ୍ରେନ୍ ସେଲ୍ ବିକାଶ କେନ୍ଦ୍ରର ଉଦଘାଟନ କରିବା ସହ ଆଇଟି କମ୍ପାନୀ ମାଇଣ୍ଡଟ୍ରି ଦ୍ୱାରା ସ୍ଥାପିତ 850 ଶଯ୍ୟା ବିଶିଷ୍ଟ ରିସର୍ଚ ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ଏହାପରେ ବେଙ୍ଗାଲୁରୁରେ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ସଡ଼କ ପ୍ରକଳ୍ପ ଏବଂ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କର ଉଦଘାଟନ କରିବା ନେଇ କୋମାଘଟ୍ଟା ଅଭିମୁଖେ ଯାତ୍ରା କରିବେ । ଜାତୀୟ ରାଜପଥ ପ୍ରକଳ୍ପ ସହିତ ୬ଟି ରେଳ ପ୍ରକଳ୍ପର ଶୁଭାଆରମ୍ଭ କରିବେ ଏବଂ ଡୋବୁସପେଟରୁ ହୋସକୋଟ୍ ପର୍ଯ୍ୟନ୍ତ ସାଟେଲାଇଟ୍ ଟାଉନ୍ ରିଙ୍ଗ୍ ରୋଡ୍ (STRR) ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମ ପରେ ଡ. ବି ଆର ଆମ୍ବେଦକର ସ୍କୁଲ ଅଫ୍ ଇକୋନୋମିକ୍ସ (BASE) ଅଭିମୁଖେ ଯିବେ, ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ଏବଂ BASE ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଏହାପରେ ମହୀଶୂର ଅଭିମୁଖେ ଯାତ୍ରା କରି ଚାମୁଣ୍ଡି ପାହାଡ ପରିଦର୍ଶନ କରି ଚାମୁଣ୍ଡେଶ୍ୱରୀଙ୍କୁ ଦର୍ଶନ ପରେ ସୁର ମୁତ୍ତ ଗସ୍ତ କରି ରାଜ୍ୟର ପ୍ରମୁଖ ଲିଙ୍ଗାୟତ ସେମିନାରୀରେ ଯୋଗ ଦେବ ।
ଆସନ୍ତାକାଲି ମହୀଶୂର ପ୍ୟାଲେସ୍ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବେଙ୍ଗାଲୁରୁର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟସରକାର ।