ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟ୍ର ଆକାଉଣ୍ଟ ହ୍ୟାକ୍(Twitter account hack) । ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୧ ମିନିଟ୍ ସମୟରେ ମୋଦିଙ୍କ ଟ୍ବିଟର ହ୍ୟାଣ୍ଡେଲ ହ୍ୟାକ୍ କରାଯାଇଥିବା ଜଣାପଡିଛି । ଭାରତ ସରକାର ଦେଶରେ ବିଟକଏନ(Bitcoin) କିମ୍ବା ଅନ୍ୟ କୌଣସି କ୍ରିପ୍ଟୋକରେନ୍ସି(Cryptocurrency)କୁ ମାନ୍ୟତା ଦେଇନାହାନ୍ତି । ହେଲେ ହ୍ୟାକର ପିଏମଙ୍କ ଟ୍ବିଟର୍ ହ୍ୟାକ କରି ଭାରତ ସରକାର ବିଦ୍ଧିବଦ୍ଧ ଭାବେ ବିଟକଏନକୁ ମାନ୍ୟତା ଦେଇଛନ୍ତି ଏବଂ ୫୦୦ BTC କିଣି ଲୋକଙ୍କୁ ବାଣ୍ଟୁଛନ୍ତି ବୋଲି ଟ୍ବିଟ୍ କରିଛି ।
PM Modi Twitter Account Hacked: ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ୍ - ମୋଦିଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟ୍ର ଆକାଉଣ୍ଟ ହ୍ୟାକ୍(Twitter account hack) । କିଛି ସମୟରେ ପରେ ଆକାଉଣ୍ଟକୁ ରିକଭର କରାଯାଇଥିବା ସୂଚନା । ଅଧିକ ପଢନ୍ତୁ
![PM Modi Twitter Account Hacked: ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ୍ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ ହ୍ୟାକ](https://etvbharatimages.akamaized.net/etvbharat/prod-images/768-512-13882799-thumbnail-3x2-modi.jpg)
ଯାହା ସୂଚନା ରହିଛି କି, ହ୍ୟାକର ଜଣକ ବିଟକଏନ(Bitcoin)କୁ ମାନ୍ୟତା ନେଇ ଟ୍ବିଟ କରିବାର ଦୁଇ ମିନିଟ୍ ପରେ ଏହାକୁ ଡିଲିଟ୍ କରାଯାଇଥିଲା । ହେଲେ ପୁଣି ୨ଟା ୧୪ ମିନିଟରେ ଦ୍ବିତୀୟ ଟ୍ବିଟ୍ ହୋଇଥିଲା । ଯାହାକି ପୂର୍ବ ଟ୍ବିଟ୍ ଭଳି ଥିଲା । କିଛି ସମୟ ପରେ ଏହାକୁ ଡିଲିଟ୍ କରାଯାଇଥିଲେ ମଧ୍ୟ ଏବେ ଯାଏଁ ସୋସିଆଲ ମିଡିଆରେ ଏହାର ସ୍କ୍ରିନସଟ୍ ଭାଇରାଲ ହେଉଛି ।
ସେପଟେ ବିଟକଏନକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆକାଉଣ୍ଟରୁ ଏଭଳି ଟ୍ବିଟ୍ ପରେ ସୋସିଆଲ ମିଡିଆରେ ହଲଚଲ ସୃଷ୍ଟି ହୋଇଛି । ତେବେ ବର୍ତ୍ତମାନ ମୋଦିଙ୍କ ଟ୍ବିଟର ହ୍ୟାଣ୍ଡେଲ ରିକଭର କରାଯାଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛି କି ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟକୁ ହ୍ୟାକ୍ କରାଯାଇଥିଲା ।