ଓଡିଶା

odisha

By

Published : Jan 5, 2022, 7:43 PM IST

Updated : Jan 18, 2023, 12:23 PM IST

ETV Bharat / bharat

PM Security lapse: ଅବହେଳାକୁ ଖଣ୍ଡନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ, ଜୋର ଧରୁଛି ଉଷ୍ମତା

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରୋଟୋକଲରେ ଅବହେଳା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ଚନ୍ନୀ । କହିଲେ ରାଜ୍ୟ ପକ୍ଷରୁ ହୋଇନାହିଁ କୌଣସି ତ୍ରୁଟି । ପ୍ରଧାନମନ୍ତ୍ରୀଙ୍କ ସଡକପଥରେ ଗସ୍ତ ଅଚାନକ ନିଷ୍ପତ୍ତି ଥିଲା । ଅଧିକ ପଢନ୍ତୁ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀ
PM Modi's Security Breach In Punjab: ଅବହେଳାକୁ ଖଣ୍ଡନ କଲେ ମୁଖ୍ୟମନ୍ତ୍ରୀ ଚନ୍ନୀ, ଜୋର ଧରୁଛି ଉଷ୍ମତା

ଚଣ୍ଡିଗଡ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତରେ ସୁରକ୍ଷା ବିଭ୍ରାଟ ଓ କାର୍ଯ୍ୟକ୍ରମ ବାତିଲ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ । ମୁଖ୍ୟମନ୍ତ୍ରୀ ଚନ୍ନୀ ସୁରକ୍ଷା ତଥା ପ୍ରଧାନମନ୍ତ୍ରୀଙ୍କ ପ୍ରୋଟୋକଲର ଅବହେଳା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ ସହ ଭିନ୍ନ କରଣ ମଧ୍ୟ ଦର୍ଶାଇଛନ୍ତି ।

ଖରାପ ପାଗ ଯୋଗୁ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଉଡାଣ ସମ୍ଭବ ନହେବା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବାତିଲ କରିବା ପାଇଁ ପରାମର୍ଶ ଦେଇଥିଲା ପଞ୍ଜାବ ପୋଲିସ । ତେବେ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ସଡକ ପଥରେ ସଭାସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଯାତ୍ରା ପାଇଁ ନିର୍ଦ୍ଧାରିତ ହୋଇଥିବା ମାର୍ଗ ସମ୍ପର୍କରେ ମଧ୍ୟ ସ୍ଥାନୀୟ ପୋଲିସ ପାଖରେ ମଧ୍ୟ କିଛି ସୂଚନା ନଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ । ତେଣୁ ଏପରି ବ୍ୟତିକ୍ରମ ସାମ୍ନାକୁ ଆସିଲା । ଏଥିରେ ପଞ୍ଜବ ପୋଲିସ ପକ୍ଷରୁ କୌଣସି ତ୍ରଟି ହୋଇନାହିଁ ବୋଲି କହିବା ସହ ସେ ଏହି ଘଟଣା ପାଇଁ ଦୁଖଃ ମଧ୍ୟ ପ୍ରକାଶ କରିଛନ୍ତି । ଏହାସହ ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନୀ ।

ଘଟଣା ପରେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏପରି ବ୍ୟତିକ୍ରମ ପାଇଁ ପଞ୍ଜାବ ସରକାରଙ୍କୁ ସିଧାସଳଖ ଦାୟୀ ବୋଲି ଦର୍ଶାଇବା ସହ ଏହା ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ପଞ୍ଜାବରେ କ୍ଷମତାରେ ଥିବା କଂଗ୍ରେସ ସରକାର ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପରି ସମ୍ବେଦନଶୀଳ ପ୍ରସଙ୍ଗରେ ଖେଳଓ୍ବାଡ କରିଛି । ଆଗାମୀ ବିଧାନସଭା ନିର୍ବାଚନରେ ପରାଜିତ ହେବା ଭୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ତାଙ୍କ କାର୍ଯ୍ୟକ୍ରମକୁ ରୋକିବା ତାଙ୍କ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଷଡଯନ୍ତ୍ର କରିବାକୁ କଂଗ୍ରେସ ସରକାର ପଛଘୁଞ୍ଚା ଦେଇନଥିବା ନଡ୍ଡା କହିଛନ୍ତି ।

ସେହିିପରି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । କ୍ୟାପଟେନ ସିିଂ କହିଛନ୍ତି, ପଞ୍ଜାବରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି, ଏହା ତାର ଏକ ଉଦାହରଣ । ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ରାଜ୍ୟରେ ଆଇନ ଏବଂ ବ୍ୟବସ୍ଥାର ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳ । ଯେତେବେଳେ ପାକିସ୍ତାନ ସୀମାଠାରୁ ମାତ୍ର 10 କିଲୋମିଟର ଦୂରରେ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯାଇ ପାରୁନାହିଁ ତେବେ ଏପରି ସମୟରେ ସରକାର କ୍ଷମତାରେ ରହିବାର ସମସ୍ତ ଅଧିକାର ହରାଇଛନ୍ତି ବୋଲି କହିଛନ୍ତି କ୍ୟାପଟେନ ।

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି ଘଟଣାକୁ ନେଇ ପଞ୍ଜାବ ସରକାରଙ୍କୁ ଦୃଢ ସମାଲୋଚନା କରିଛନ୍ତି । ଇରାନୀ କହିଛନ୍ତି, ଏପରି ଅଘଟଣ ଆମ ଦେଶର ଇତିହାସରେ କେବେ ଦେଖିବାକୁ ମିଳିନଥିଲା । ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଷଡଯନ୍ତ୍ର କରାଯାଇଛି । ଆମେ ଜାଣୁ କଂଗ୍ରେସ ମୋଦିଙ୍କୁ ଘୃଣା କରେ, କିନ୍ତୁ ଆଜି ସେମାନେ ଦେଶର ପ୍ରଧାନମନ୍ତ୍ରୀଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାଇ ନାହାନ୍ତି ବୋଲି କହିଛନ୍ତି ଇରାନୀ ।

କେବଳ ବରୋଧୀ ଦଳ କିମ୍ବା ବିଜେପି ନେତା ନୁହନ୍ତି, ବରଂ ଖୋଦ ପଞ୍ଜାବ କଂଗ୍ରେସର ନେତା ମଧ୍ୟ ଏହି ଘଟଣାକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ପଞ୍ଜାବ କଂଗ୍ରେସ ନେତା ସୁନୀଲ ଜାଖର ଟ୍ୱିଟ୍ କରି କହିଛନ୍ତି, ଆଜି ଯାହା ଘଟିଛି ତାହା ଗ୍ରହଣୀୟ ନୁହେଁ । ଏହା ପଞ୍ଜାବର ଇତିହାସ ବିରୋଧି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଏପରି ଅବହେଳା ଆଦୌ ଗ୍ରହଣୀୟ ନୁହେଁ । ଏହା ଗଣତନ୍ତ୍ର ପ୍ରତି ଶୋଭନୀୟ ନୁହେଁ ବୋଲି ମଧ୍ୟ କହିଛନ୍ତି କଂଗ୍ରେସ ନେତା ସୁନୀଲ ଜାଖର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2023, 12:23 PM IST

ABOUT THE AUTHOR

...view details