ଓଡିଶା

odisha

ETV Bharat / bharat

UPSC RESULTS: କୃତକାର୍ଯ୍ୟଙ୍କୁ ଶୁଭେଚ୍ଛା ଓ ବିଫଳଙ୍କୁ ସାନ୍ତ୍ବନା ଦେଲେ ପ୍ରଧାନମନ୍ତ୍ରୀ - UPSC ସିଭିଲ ସର୍ଭିସ ଫଳାଫଳ 2024

UPSC RESULTS: କୃତକାର୍ଯ୍ୟଙ୍କୁ ଶୁଭେଚ୍ଛା ଓ ବିଫଳଙ୍କୁ ସ୍ବାନ୍ତ୍ବନା ଦେଲା ପ୍ରଧାନମନ୍ତ୍ରୀ

UPSC RESULTS: କୃତକାର୍ଯ୍ୟଙ୍କୁ ଶୁଭେଚ୍ଛା ଓ ବିଫଳଙ୍କୁ ସ୍ବାନ୍ତ୍ବନା ଦେଲା ପ୍ରଧାନମନ୍ତ୍ରୀ
UPSC RESULTS: କୃତକାର୍ଯ୍ୟଙ୍କୁ ଶୁଭେଚ୍ଛା ଓ ବିଫଳଙ୍କୁ ସ୍ବାନ୍ତ୍ବନା ଦେଲା ପ୍ରଧାନମନ୍ତ୍ରୀ

By

Published : May 24, 2023, 9:35 AM IST

Updated : May 24, 2023, 11:02 AM IST

ନୂଆଦିଲ୍ଲୀ:UPSC ସିଭିଲ ସର୍ଭିସର ପରୀକ୍ଷାର ଆଜି ଫଳାଫଳ ପ୍ରକାଶ ପାଇଛି । ଏଥିରେ ମୋଟ 933 ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରୟାସ କରି ବିଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ ଯେଉଁମାନେ ଏହି ସମ୍ମାନଜନକ ପରୀକ୍ଷାରେ ସଫଳ ହୋଇଛନ୍ତି, ସେମାନଙ୍କୁ ଭବିଷ୍ୟତର ସନ୍ତୋଷଜନକ କ୍ୟାରିୟର ପାଇଁ ମୋର ଶୁଭେଚ୍ଛା । ଏହା ରାଷ୍ଟ୍ରର ସେବା କରିବା ଏବଂ ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏହା ଅତ୍ୟନ୍ତ ରୋମାଞ୍ଚକର ସମୟ ।’’

ସେହିପରି ପ୍ରୟାସ କରି ବା ପରୀକ୍ଷାରେ ଅଂଶଗ୍ରହଣ କରି ବିଫଳ ହୋଇଥିବା ପରୀକ୍ଷାର୍ଥୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ସାନ୍ତ୍ବନା ଦେବାକୁ ଭୁଲନାହାନ୍ତି । କହିଛନ୍ତି, ‘‘ଯେଉଁମାନେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳ ହୋଇପାରିନାହାନ୍ତି, ସେମାନଙ୍କ ନିରାଶା ମୁଁ ବୁଝିପାରୁଛି । କେବଳ ସଫଳତା ପାଇବାକୁ ଅଧିକ ପ୍ରୟାସ କଲେ ହେବ ନାହିଁ ବରଂ ଭାରତ ମଧ୍ୟ ଆପଣଙ୍କର ଦକ୍ଷତା ଏବଂ ସାମର୍ଥ୍ୟର ପ୍ରଦର୍ଶନ କରିବାକୁ ବିଭିନ୍ନ ପ୍ରକାରର ସୁଯୋଗ ପ୍ରଦାନ କରୁଛି । ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା ।” ଅଷ୍ଟ୍ରେଲିଆରେ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଅନ୍ୟ ଏକ ଟ୍ବିଟରେ କହିଛନ୍ତି ।

UPSC ଦ୍ବାରା ଅନୁଷ୍ଠିତ ସିଭିଲ ସର୍ଭିସ ପରୀକ୍ଷା-2022 ଫଳାଫଳ ପ୍ରକାଶ ପାଇଛି । ଏଥିରେ ଇଶିତା କିଶୋର ଟପ୍ପର ହୋଇଛନ୍ତି । ସେହିପରି ପ୍ରଥମ 3 ସ୍ଥାନରେ ମଧ୍ୟ ମହିଳା ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ ଓ ତୃତୀୟରେ ସ୍ଥାନରେ ଉମା ହାରାଥି ରହିଛନ୍ତି । ଏଥିରେ ମୋଟ୍ 933 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ପୁରୁଷଙ୍କୁ ପଛରେ ପକାଇ ଶୀର୍ଷ 3 ସ୍ଥାନରେ ମହିଳା ରହିଛନ୍ତି । UPSC ଅଫିସିଆଲ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ହୋଇଛି । ତେବେ 67 ରାଙ୍କରେ ଓଡିଆ ଝିଅ କସ୍ତୁରୀ ପଣ୍ଡା ରହିଥିବା ସୂଚନା ରହିଛି ।

ଏଥିରେ ମୋଟ 933 ଜଣ ଆଶାୟୀ ବିଭିନ୍ନ ସର୍ବଭାରତୀୟ ସେବା ଯଥା, ପ୍ରଶାସନିକ ସେବା, ବୈଦେଶିକ ସେବା, ବିଭିନ୍ନ କେନ୍ଦ୍ରୀୟ ସେବାରେ ନିୟୋଜିତ ହେବେ । କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ 345 ସାଧାରଣ ବା ଅଣସଂରକ୍ଷିତ ବର୍ଗର ରହିଛନ୍ତି । ସେହିପରି ଅର୍ଥନୈତିକ ଦୁର୍ବଳ ଶ୍ରେଣୀ (EWS) ରୁ 99, ଅନ୍ୟାନ୍ୟ ପଛୁଆ ବର୍ଗ (OBC)ରୁ 263 ଛାତ୍ରଛାତ୍ରୀ ରହିଛନ୍ତି । ଅନୁସୂଚୀତ ଜାତି (SC) ଓ ଅନୁସୂଚୀତ ଜନଜାତି (ST) ବର୍ଗରୁ ଯଥାକ୍ରମ 154 ଓ 72 ଜଣ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି । UPSC ଅଫିସିଆଲ ସାଇଟରେ ଫଳାଫଳ ଉପଲବ୍ଧ ରହିଛି । ଏବେ କେବଳ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କ ରାଙ୍କ ପ୍ରକାଶ ପାଇଥିବା ବେଳେ 5 ଦିନ ପରେ ସବିଶେଷ ମାର୍କ ବିବରଣୀ ପ୍ରକାଶ ପାଇବ । ଏହି ସମ୍ମାନଜନକ ପରୀକ୍ଷାରେ ଦେଶବ୍ୟାପି ଲକ୍ଷାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥାନ୍ତି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ବେଶ କଷ୍ଟସାଧ୍ୟ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 24, 2023, 11:02 AM IST

ABOUT THE AUTHOR

...view details