ଓଡିଶା

odisha

ETV Bharat / bharat

ରାହୁଲଙ୍କ ଆବାଦି ମନ୍ତବ୍ୟକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ, କହିଲେ କଂଗ୍ରେସ ମୁସଲମାନଙ୍କ ଅଧିକାର ଛିନ୍ନ କରିବାକୁ ଚାହୁଁଛି - ରାହୁଲ ଗାନ୍ଧୀଙ୍କୁ ଟାର୍ଗଟ କଲେ ପ୍ରଧାନମନ୍ତ୍ରୀ

ନିର୍ବାଚନୀ ତାତି ବଢାଉଛି ବିହାର ଜାତିଭିତ୍ତିକ ଜନଗଣନା । ରାହୁଲଙ୍କ ‘ଆବାଦି’ ମନ୍ତବ୍ୟକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ, କହିଲେ କଂଗ୍ରେସ ମୁସଲମାନଙ୍କ ଅଧିକାର ଛିନ୍ନ କରିବାକୁ ଚାହୁଁଛି କି । ‘ଆବାଦି’ କାହାର ଅଧିକ ବୋଲି କଲେ ପ୍ରଶ୍ନ । ଅଧିକ ପଢ଼ନ୍ତୁ

ରାହୁଲଙ୍କ ଆବାଦୀ ମନ୍ତବ୍ୟକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ, କହିଲେ କଂଗ୍ରେସ ମୁସଲମାନଙ୍କ ଅଧିକାର ଛିନ୍ନ କରିବାକୁ ଚାହୁଁଛି
ରାହୁଲଙ୍କ ଆବାଦୀ ମନ୍ତବ୍ୟକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ, କହିଲେ କଂଗ୍ରେସ ମୁସଲମାନଙ୍କ ଅଧିକାର ଛିନ୍ନ କରିବାକୁ ଚାହୁଁଛି

By ETV Bharat Odisha Team

Published : Oct 3, 2023, 6:44 PM IST

ରାୟପୁର: ଚଳିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନ ପୂର୍ବରୁ ବିହାର ସରକାରଙ୍କ ଜାତିଭିତ୍ତିକ ଜନଗଣନା ଏକ ନୂଆ ନିର୍ବାଚନୀ ପ୍ରସଙ୍ଗ ସୃଷ୍ଟି କରିଛି । ନୀତିଶ ସରକାରଙ୍କ ଏହି ଜନଗଣନାକୁ କଂଗ୍ରେସ ସମର୍ଥନ କରିଛି । ରାହୁଲ ଗାନ୍ଧୀ କହିଛନ୍ତି, ଯେଉଁ ଜାତିର ଜନସଂଖ୍ୟା (ଆବାଦି) ଯେତେ, ସେମାନଙ୍କର ଅଧିକାର ମଧ୍ୟ ସେତେ ହେବା ଉଚିତ । ତେବେ ଏହାକୁ ନେଇ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନେ ରାହୁଲଙ୍କୁ ସମାଲୋଚନା କରିସାରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିର୍ବାଚନୀ ସଭାମଞ୍ଚରୁ ଏହି ପ୍ରସଙ୍ଗ ଉଟାଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି । କଂଗ୍ରେସ କ’ଣ ମୁସଲମାନଙ୍କ ଅଧିକାର ଛଡ଼େଇ ନେବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

ନିର୍ବାଚନ ହେବାକୁ ଯାଉଥିବା ଛତିଶଗଡର ଜଗଦଲପୁରରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଜାତି ପ୍ରସଙ୍ଗକୁ ଉଠାଇଛନ୍ତି । କହିଛନ୍ତି, "କଂଗ୍ରେସ କହୁଛି, ଯାହାରା ଯେତେ ଲୋକସଂଖ୍ୟା ତାର ସେତେ ଅଧିକାର । ଦେଶରେ ସବୁଠାରୁ ଅଧିକ ଲୋକସଂଖ୍ୟା ବର୍ଗରେ ଗରିବ ରହିଛନ୍ତି । ମୋ ନଜରରେ ସବୁଠାରୁ ଅଧିକ ଲୋକସଂଖ୍ୟା ହେଉଛନ୍ତି ଗରିବ । ସେମାନଙ୍କର ଅଧିକାର ପାଇଁ ଲଢେଇ କରିବାକୁ ପଡିବ ।"

ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମନ୍ତବ୍ୟକୁ ମଧ୍ୟ ଦୋହରାଇଛନ୍ତି ମୋଦି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ, ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ସଂଖ୍ୟାଲଘୁଙ୍କର ରହିଛି । ହେଲେ କଂଗ୍ରେସ କହୁଛି, ଯାହାର ସଂଖ୍ୟା ଅଧିକ ତାର ସେତେ ଅଧିକାର । ଭାରତରେ ହିନ୍ଦୁ ସଂଖ୍ୟା ଗରିଷ୍ଠ ସମ୍ପ୍ରଦାୟ । କ’ଣ ସେମାନେ ସବୁ ଅଧିକାର ପାଇବେ । ଏପରି ମନ୍ତବ୍ୟ କ’ଣ କଂଗ୍ରେସ ସଂଖ୍ୟାଲଘୁଙ୍କ ଅଧିକାର ଛଡାଇ ନେବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଗତକାଲି ନୀତିଶ କୁମାର ନେତୃତ୍ବାଧୀନ ବିହାର ସରକାର ଦେଶର ପ୍ରଥମ ରାଜ୍ୟ ଭାବେ ଜାତିଭିତ୍ତିକ ଜନଗଣନା ରିପୋର୍ଟ ପ୍ରକାଶ କରିଛି । ରାଜ୍ୟ ଲୋକସଂଖ୍ୟାରେ ଓବିସି ଓ ଇବିସି (OBC-EBC) 63 ପ୍ରତିଶତ ରହିଥିବା ଜଣାପଡିଛି । କଂଗ୍ରେସ ଏହାକୁ ସମର୍ଥନ କରିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ, ଯେଉଁ ସମ୍ପ୍ରଦାୟର ଯେତେ ଆବାଦି (ଲୋକସଂଖ୍ୟା), ଅଧିକାର ମଧ୍ୟ ସେତେ ହେବ ଉଚିତ । କେନ୍ଦ୍ର କ୍ୟାବିନେଟରେ ମାତ୍ର ୩ ଜଣ ଓବିସି ବର୍ଗର ପ୍ରଶାସନିକ ଅଧିକାରୀ କାହିଁକି ଅଛନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ:- ରାଜ୍ୟ ସରକାରଙ୍କୁ ଅନୁରାଗ ଠାକୁରଙ୍କ ଚେତାବନୀ, କହିଲେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ନିଆଯିବ କାର୍ଯ୍ୟାନୁଷ୍ଠାନ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ମଧ୍ୟ ଏହି ଜାତିଭିତ୍ତିକ ଜନଗଣନା ଜାତୀୟ ସ୍ତରରେ କେନ୍ଦ୍ର ସରକାର ଆରମ୍ଭ କରନ୍ତୁ ବୋଲି କହିଥିଲେ । ତେବେ ରାହୁଲଙ୍କ ଆବାଦି ମନ୍ତବ୍ୟ ଆସିବା ପରେ ଏହାକୁ ଭଜପା ନେତାଏଁ ସମାଲୋଚନା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ନିର୍ବାଚନୀ ସଭାମଞ୍ଚରୁ ରାହୁଲଙ୍କ ମନ୍ତବ୍ୟକୁ ନାଁ ନେଇ ସଂଖ୍ୟାଲଘୁଙ୍କ ଅଧିକାର ପ୍ରସଙ୍ଗ କଥା କହି ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details