ନୂଆଦିଲ୍ଲୀ: ମୋଦି ସରକାରଙ୍କ ନେତୃତ୍ବରେ ମହାମାରୀ ବିରୋଧରେ ଯୁଦ୍ଧ ଲଢୁଛି ଭାରତ । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ସାମ୍ନାକୁ ଆସିଛି ବଡ ଖବର ।
ଆମେରିକା ଡାଟା ଇଣ୍ଟେଲିଜେଣ୍ଟ ଫର୍ମ ମନିଟରିଙ୍ଗ କଣ୍ଟ୍ରୋଲ କନସଲ୍ଟ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ, ଏବେ ବି ବିଶ୍ବର ନମ୍ବର 1 ନେତା ଭାବରେ ନିଜ ସ୍ଥାନ ବଜାୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସବୁଠୁ ବଡ କଥା ହେଉଛି ଯେ ଏହି ଲିଷ୍ଟରେ ଟପ 5ରେ ବି ନାହାଁନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।