ନୂଆଦିଲ୍ଲୀ:ଇଣ୍ଡୋନେସିଆର ବାଲିରେ ୧୭ତମ ଜି-୨୦ ସମ୍ମିଳନୀ ଶେଷ ହୋଇଛି । ୧୫ ତାରିଖରୁ ୧୬ ତାରିଖ ଯାଏ ବାଲିରେ ଦୁଇଦିନିଆ ଜି-୨୦ ସମ୍ମିଳନୀରେ ହୋଇଥିଲା । ଏଥିରେ ଭାରତ, ଆମେରିକା, ବ୍ରିଟେନ ଭଳି ବହୁ ଦେଶର ମୁଖ୍ୟ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇଣ୍ଡୋନେସିଆ ଗସ୍ତ କରି ଏହି ସମ୍ମିଳନୀରେ ଭାଗ ନେଇଥିଲେ । ଏହି ସମ୍ମିଳନୀରେ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବ ନେତାଙ୍କୁ ଭାରତର କିଛି ଉପହାର ଭେଟି ଦେଇଥିଲେ । ଯାହା ପାରମ୍ପାରିକ ହସ୍ତଶିଳ୍ପ ସହ ନେଇ ଭାରତର ସମୃଦ୍ଧ ସଂସ୍କୃତି ଏବଂ ବିବିଧତାକୁ ପ୍ରତିଫଳିତ କରିଥିଲା ।
କାଙ୍ଗ୍ରା ଚିତ୍ର....
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଏକ କ୍ଷୁଦ୍ର କାଙ୍ଗ୍ରା ଚିତ୍ର 'ଶ୍ରୀନଗର ରସ' ଉପହାର ସ୍ବରୁପ ଭେଟି ଦେଇଛନ୍ତି । ପ୍ରାକୃତିକ ପୃଷ୍ଠଭୂମିରେ ପ୍ରେମକୁ ଚିତ୍ରଣ କରିଛି । ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏକ ଛୋଟ ପାହାଡ ରାଜ୍ୟ 'ଗୁଲେର'ରେ ଏହି କଳା ଉତ୍ପନ୍ନ ହୋଇଥିଲା । କାଶ୍ମୀର ଚିତ୍ରକର ଏହାକୁ କରିଥିଲେ ।
ମାତା ନୀ ପାଚେଡୀ...
ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଦେବୀ ମା'ଙ୍କ ଚିତ୍ରିତ ଏକ ହ୍ୟାଣ୍ଡଲୁମ ଫଟୋଚିତ୍ର ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଚିତ୍ରକୁ ମାତା ନି ପାଚେଡୀ ବୋଲି କହୁଯାଉଛି । ଏହି ଚିତ୍ର ୱାଗ୍ରିସର ଏକ ସମ୍ପ୍ରଦାୟ ତିଆରି କରିଛନ୍ତି ଯାହାରୁ ପ୍ରଥମ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଚିତ୍ର ଦେବୀ ଶକ୍ତିର କାହାଣୀ ବଖାଣିଛି ।
ପିଥୋର...
ପିଥୋର ଏକ ଆଦିବାସୀ ଚିତ୍ରକଳା । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଅଲବାନ୍ସଙ୍କୁ ଏହି ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଚିତ୍ରଗୁଡ଼ିକ ଆଦିବାସୀଙ୍କର ସାମାଜିକ, ସାଂସ୍କୃତିକ ଏବଂ ପୌରାଣିକ ଜୀବନ ଏବଂ ବିଶ୍ବାସକୁ ପ୍ରତିଫଳିତ କରିଛି ।