ଓଡିଶା

odisha

୭୧ ବର୍ଷରେ ପଦାର୍ପଣ କଲେ ରାଜନାଥ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି

By

Published : Jul 10, 2022, 12:28 PM IST

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ । ଅଧିକ ପଢନ୍ତୁ

୭୧ ବର୍ଷରେ ପଦାର୍ପଣ କଲେ ରାଜନାଥ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି
୭୧ ବର୍ଷରେ ପଦାର୍ପଣ କଲେ ରାଜନାଥ ସିଂ, ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ:ଆଜି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଜନ୍ମଦିନ । ୭୧ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାଜନାଥ । ୧୯୫୧ ମସିହା ଜୁଲାଇ ୧୦ରେ ସେ ଉତ୍ତରପ୍ରଦେଶର ଚାନ୍ଦୁଲି ଜିଲ୍ଲାର ଭବହୁରା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବହୁ ରାଜନେତା ରାଜନାଥଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ରାଜନାଥଙ୍କ ଦୀର୍ଘାୟୁ କାମନା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଦୃଢ ତଥା ଆତ୍ମନିର୍ଭରଶୀଳ କରିବା ପାଇଁ ରାଜନାଥ ଉଲ୍ଲେଖନୀୟ ଉଦ୍ୟମ କରୁଛନ୍ତି । ସମାଜ ସେବା, କୃଷି ଏବଂ ଗ୍ରାମ ବିକାଶ ପ୍ରତି ତାଙ୍କର ଆଗ୍ରହ ବେଶ ପ୍ରଶଂସନୀୟ ବୋଲି କହିଛନ୍ତି ମୋଦି ।

ସେହିପରି ଅମିତ ଶାହ ଟ୍ବିଟ କରି ଦେଶର ପ୍ରତିରକ୍ଷାମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ରାଜନାଥ ସିଂ ତିନି ସେନାର ଆଧୁନିକରଣ କରିଛନ୍ତି, ଯାହା ଦେଶକୁ ଆହୁରି ଶସକ୍ତ କରିବ । ଦଳକୁ ମଜବୁତ କରିବାରେ ରାଜନାଥଙ୍କ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି ଶାହ ।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ରାଜନାଥ ସିଂଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି । ସେ ଟ୍ବିଟ କରି ଲେଖିଛନ୍ତି ଯେ ଭାରତର ବରିଷ୍ଠ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନଥ ସିଂହଙ୍କୁ ଜନ୍ମଦିନର ଶୁଭେଚ୍ଛା, ଦେଶ ପ୍ରତି ତୁମର ସେବା ଓ ତୁମର ଉତ୍ସର୍ଗ ଏକ ପ୍ରେରଣା । ମୁଁ ତୁମର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ ପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।

ABOUT THE AUTHOR

...view details