ଓଡିଶା

odisha

ETV Bharat / bharat

87 ବର୍ଷରେ ଦଲାଇଲାମା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଦଲାଇଲମାଙ୍କ ଜନ୍ମଦିନ

87 ବର୍ଷ ବୟସରେ ପଦାର୍ପଣ କରିଛନ୍ତି ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା । ଶୁଭେଚ୍ଛା ଜଣାଇଛନ୍ତି ନରେନ୍ଦ୍ର ମୋଦିଙ୍କ ସମେତ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

87 ବର୍ଷରେ ଦଲାଇଲମା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
87 ବର୍ଷରେ ଦଲାଇଲମା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Jul 6, 2022, 12:44 PM IST

ନୂଆଦିଲ୍ଲୀ:ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ଆଜି 87 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କୁ ବିଶ୍ବବ୍ୟାପୀ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କ ଉତ୍ତମ ସ୍ବାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ତାଙ୍କ ସହ ଫୋନ ଯୋଗେ କଥା ହୋଇ ଶୁଭେଚ୍ଛା ବାର୍ତ୍ତା ଜଣାଇଥିବା ନିଜେ ଟ୍ବିଟରେ ସୂଚନା ଦେଇଛନ୍ତି ।

ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମାଙ୍କର ଜନ୍ମଦିନ ସାରା ବିଶ୍ବର ବିଭିନ୍ନ ଭାଗରେ ପାଳନ କରାଯାଉଛି । ହିମାଚଳ ପ୍ରଦେଶର ଧର୍ମଶାଳାରେ କେନ୍ଦ୍ରୀୟ ତିବ୍ବତୀୟ ପ୍ରଶାସନ (CTA) ପକ୍ଷରୁ ମଧ୍ୟ ବିଶେଷ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ ବୌଦ୍ଧ ଧର୍ମାବଲମ୍ବୀ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟ ଏହି ଅବସରରେ ଦଲାଇଲାମାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଦୀର୍ଘ ଜୀବନ କାମନା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ କାମନା କରିଛନ୍ତି ନବୀନ । ଦଲାଇଲାମା ବିଶ୍ବରେ ଶାନ୍ତି ଓ ପ୍ରେମ ବାଣ୍ଟନ୍ତୁ ବୋଲି କହିଛନ୍ତି ନବୀନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details