ଓଡିଶା

odisha

ETV Bharat / bharat

Hockey World Cup: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆରମ୍ଭ ହେଲା ହକି ବିଶ୍ବକପ । ଆଜି କଟକ ବାରବାଟୀରେ ଜାରି ରହିଛି ଉଦଘାଟନୀ କାର୍ଯ୍ୟକ୍ରମ । ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ ବଢିବ ହକିର ଲୋକପ୍ରିୟତା । ଅଧିକ ପଢନ୍ତୁ

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

By

Published : Jan 11, 2023, 8:17 PM IST

ଭୁବନେଶ୍ୱର:କଟକରେ ଆଜି ପୁରୁଷ ହକି ବିଶ୍ବକପର ଉଦଘାଟନୀ ସମାରୋହ ଆରମ୍ଭ ହୋଇଯାଇଛି । ଆଜି ସଂଧ୍ୟାରେ କଟକର ବାରବାଟୀ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଘାଟନୀ ସମାରୋହ ଆରମ୍ଭ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ କରି ଟୁର୍ଣ୍ଣାମେଣ୍ଟର ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଏହି ଆୟୋଜନ କ୍ରୀଡା ମନୋଭାବକୁ ବୃଦ୍ଧି କରିବ ବୋଲି ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ ନିଜ ଟ୍ବିଟରେ କହିଛନ୍ତି, ‘‘2023 ହକି ବିଶ୍ବକପ ଓଡିଶାରେ ଆୟୋଜିତ ହେଉଛି । ଏଥିରେ ସମସ୍ତ ଅଂଶଗ୍ରହଣକାରୀ ଦଳକୁ ମୋର ଶୁଭେଚ୍ଛା । ଏହି ଆୟୋଜନ କ୍ରୀଡା ମନୋଭାବକୁ ଆହୁରି ବୃଦ୍ଧି କରିବ । ସେହିପରି ହକିର ଲୋକପ୍ରିୟତାକୁ ମଧ୍ୟ ଏହି ଆୟୋଜନ ଆହୁରି ବଢାଇବ । ଭାରତରେ ଏପରି ଆୟୋଜନ ପାଇଁ ଆମେ ଗର୍ବିତ ।’’

13ରୁ ଏହି ଟୁର୍ଣ୍ଣାମେଣ୍ଟର ମ୍ୟାଚ ଖେଳାଯିବା ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଏହାର ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମରେ ଜାରି ରହିଛି । ଏହି ମ୍ୟାଚରେ 16ଟି ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ନୂତନ ଭାବେ ନିର୍ମିତ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।

ଆଜି ସଂଧ୍ୟାରେ ଜାରି ରହିଥିବା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅଂଶଗ୍ରହଣ କରିଛନ୍ତି । ସେହିପରି ଇଣ୍ଟରନ୍ୟାସନାଲ ହକି ଫେଡେରେସନର ସଭାପତି, ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଦିଲ୍ଲୀପ ତିର୍କୀ ପ୍ରମୁଖ ମଧ୍ୟ ସାମିଲ ରହିଛନ୍ତି । ସେହିପରି ଉଦଘାଟନୀ ସଂଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଛି । ବଲିଉଡ କଳାକାର ରଣଭୀର ସିଂ, ଦୀଶା ପଟାନୀ, ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଓ ଅନ୍ୟ କଳାକାରମାନେ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିଛନ୍ତି । ପ୍ରାୟ 35ହଜାର ଦର୍ଶକ ଏହି ଉଦଘାଟନୀ ସମାରୋହରେ ଅଂଶଗ୍ରହଣ କରିଛନ୍ତି । ପ୍ରଥମେ ଓଡିଶାର କଳା ସଂସ୍କୃତିକୁ ନେଇ ବିଭିନ୍ନ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହେବା ପରେ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

2018ରେ ମଧ୍ୟ ଓଡିଶା ସଫଳତାର ସହ ହକି ବିଶ୍ବକପ ଆୟୋଜନ କରିଥିଲା । କେବଳ ରାଜଧାନୀ ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯାଇଥିଲା । ଦ୍ବିତୀୟ ଥର ପାଇଁ ଓଡିଶା ଚଳିତବର୍ଷ ପୁଣି ହକି ବିଶ୍ବକପର ଆୟୋଜନ ଭାର ଗ୍ରହଣ କରିଛି ଓଡିଶା । 1982, 2010 ଓ 2018 ଓ ଚଳିତଥରକୁ ମିଶାଇ ମୋଟ 4ଥର ଭାରତ ଏହି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details