ଓଡିଶା

odisha

ETV Bharat / bharat

JP Nadda Birthday: ଶୁଭେଚ୍ଛା ଜଣାଇଲେ ମୋଦି, ରାଜନାଥ ସିଂ - ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ (JP Nadda Birthday)। ୬୧ ବର୍ଷରେ ପଦାର୍ପଣ କଲେ ନଡ୍ଡା। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

JP Nadda Birthday : ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି
JP Nadda Birthday : ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

By

Published : Dec 2, 2021, 12:27 PM IST

ନୂଆଦିଲ୍ଲୀ:ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଜନ୍ମଦିନ (JP Nadda Birthday)। ୬୧ ବର୍ଷରେ ପଦାର୍ପଣ କଲେ ନଡ୍ଡା । ଏନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସମସ୍ତ ବିଜେପି ନେତା ଶୁଭେଚ୍ଛା ଦେବା ସହ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରିଛନ୍ତି। ମୋଦି ଟ୍ବିଟ କରି ଶୁଭେଚ୍ଛା ଜଣାଇବା ସହ ସେ ଦଳକୁ ପ୍ରେରଣାଦାୟକ ନେତୃତ୍ୱ ପ୍ରଦାନ କରିବା ସହ ସେ ଦଳକୁ ଶୀର୍ଷରେ ନେଇ ପହଞ୍ଚାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି( modi wishes nadda) କହିଛନ୍ତି ।

ଏନେଇ ପ୍ରତିରକ୍ଷାମନ୍ତ୍ରୀ ମଧ୍ୟ ନଡ୍ଡାକୁ ଶୁଭେଚ୍ଛା ଜଣାଇ ଦୀର୍ଘାୟୁ କାମନା କରିଛନ୍ତି । ଦେଶର ଉନ୍ନତି ଓ ଦଳର ବିକାଶରେ ନଡ୍ଡାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସେ କଠିନ ପ୍ରଚେଷ୍ଟାବଳରେ ଦଳକୁ ମଜବୁତ କରିଛନ୍ତି ବୋଲି ରାଜନାଥ ସିଂ ଟ୍ବିଟ କରି କହିଛନ୍ତି ।

ହିମାଚଳ ପ୍ରଦେଶରେ ନଡ୍ଡା, ୨ ଡିସେମ୍ବର ୧୯୬୦ରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ ବୋଲି ବିଜେପିର ଅଫିସିଆଲ୍ ୱେବସାଇଟରେ ରହିଛି। ତେବେ ପାଟନା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶେଷ କରିବା ପରେ ସେ ହିମାଚଳ ପ୍ରଦେଶ ବିଶ୍ବବିଦ୍ୟାଳୟରୁ ଏଲଏଲବି ଅଧ୍ୟୟନ କରିଥିଲେ । ସେ ଅଳ୍ପ ବୟସରେ ଜୟ ପ୍ରକାଶ ନାରାୟଣଙ୍କ ଦ୍ବାରା ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରୁଥିଲେ । ଜୁନ୍ ୨୦୧୯ ରେ ନଡ୍ଡା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଭାପତି ଏବଂ ଜାନୁଆରୀ ୨୦୨୦ ରେ ଦଳର ରାଷ୍ଟ୍ରୀୟ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।

ABOUT THE AUTHOR

...view details