ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଆଜି (ଜୁଲାଇ27) 14ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କିସ୍ତି ବାବଦକୁ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରାୟ 17 ହଜାର କୋଟି ଟଙ୍କା ପଠାଯିବ । ରାଜସ୍ଥାନର ସିକରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯିବା ନେଇ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି । ସାଢେ ଆଠ କୋଟି କୃଷକଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ।
ଏହା ମଧ୍ୟ ପଢନ୍ତୁ-PM Kisan Samman Nidhi Yojana: 10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି
ଆଜି 14 ତମ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ପଠାଯିବା ପରେ କୃଷକଙ୍କ ଆକାଉଣ୍ଟକୁ ପଠାଯାଇଥିବା ମୋଟ ଜମାରାଶି 2.59 ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ ବୋଲି ଆଶା କରାଯାଉଛି । ଏହି ଆର୍ଥିକ ସହାୟତା କୃଷକମାନଙ୍କୁ ସେମାନଙ୍କର ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ । ଜମିଜମା ଥିବା ଦେଶର ସମସ୍ତ କୃଷକ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଦେଶରେ 11 କୋଟିରୁ ଅଧିକ ଚାଷୀଙ୍କୁ ଏହି ଯୋଜନା ଅଧିନରେ 2.42 ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି । ଆଜି ଆୟୋଜିତ କାର୍ଯ୍ୟକ୍ରମରେ 1.25 ଲକ୍ଷ ପ୍ରଧାନମନ୍ତ୍ରୀ କିଷାନ ସମୃଦ୍ଧି କେନ୍ଦ୍ର (PMKSKs) ଦେଶବାସୀଙ୍କ ଉଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।