ନୂଆଦିଲ୍ଲୀ:ଆଜି(ରବିବାର) ପଞ୍ଚାୟତରାଜ ଦିବସରେ ଜମ୍ମୁକାଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ଦିନ ପ୍ରାୟ 11.30ରେ ଅନୁଷ୍ଠିତ ଉତ୍ସବରେ ଯୋଗ ଦେଇ ପାଲିରୁ ଦେଶର ସମସ୍ତ ପଞ୍ଚାୟତକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଜମ୍ମୁକାଶ୍ମୀରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଜମ୍ମୁକାଶ୍ମୀର ଗସ୍ତ ସମୟରେ ବାନିହାଲ କାଜିଗୁଣ୍ଡ ରୋଡ ଟନେଲର ଉଦଘାଟନ କରିବେ । ପ୍ରାୟ 8.45 କି.ମି. ଲମ୍ବ ବିଶିଷ୍ଟ ଟନେଲଟି 3100 କୋଟିରୁ ଊର୍ଦ୍ଧ୍ବ ବ୍ୟୟରେ ନିର୍ମିତ କରାଯାଇଛି । ଏହା ବାନିହାଲ ଏବଂ କାଜିଗୁଣ୍ଡ ମଧ୍ୟରେ ଥିବା ଦୂରତାକୁ 16 କିଲୋମିଟର ହ୍ରାସ କରିବ । ଅନ୍ୟପଟେ ରାଟେଲ ଓ କ୍ବାର ହାଇଡ୍ରୋଇଲେକ୍ଟ୍ରିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । କିଶତୱାର ଜିଲ୍ଲାର ଚେନାବ ନଦୀରେ 850 ମେଗାୱାଟ ରାଟେଲ ଜଳ ବିଦ୍ୟୁତ ପ୍ରକଳ୍ପ ଏବଂ 540 ମେଗାୱାଟ କ୍ବାର ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ ହେବ ।