ଓଡିଶା

odisha

ETV Bharat / bharat

ଆଜି କାଶୀ-କେଭାଡିଆ ସ୍ବତନ୍ତ୍ର ଟ୍ରେନ ସେବାକୁ ଉଦଘାଟନ କରିବେ ମୋଦି - ବାରାଣାସୀ ଜଙ୍କସନ

ଆଜି(ରବିବାର) ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସଂଯୋଗ କରୁଥିବା କାଶୀ-କେଭାଡିଆ ସ୍ବତନ୍ତ୍ର ଟ୍ରେନ ସେବାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆସନ୍ତାକାଲି କାଶୀ-କେଭାଡିଆ ସ୍ବତନ୍ତ୍ର ଟ୍ରେନ ସେବାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ
ଆସନ୍ତାକାଲି କାଶୀ-କେଭାଡିଆ ସ୍ବତନ୍ତ୍ର ଟ୍ରେନ ସେବାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

By

Published : Jan 16, 2021, 7:04 PM IST

Updated : Jan 17, 2021, 7:29 AM IST

ବାରାଣାସୀ:ଆଜି(ରବିବାର) ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସଂଯୋଗ କରୁଥିବା କାଶୀ-କେଭାଡିଆ ସ୍ବତନ୍ତ୍ର ଟ୍ରେନ ସେବାକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ରେନଟି ସମୟ 11:12ଟା ମିନିଟ୍‌ରେ ବାରାଣାସୀ ଛାଡି ପରଦିନ ଅର୍ଥାତ ସୋମବାର ରାତି 2:12ରେ କେଭାଡିଆର ଡାବୋଇ ଜଙ୍କସନରେ ପହଞ୍ଚିବ । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଦେଶର ବିଭିନ୍ନ ସ୍ଥାନରୁ 8ଟି କେଭାଡିଆ ଟ୍ରେନ ସେବାକୁ ମଧ୍ୟ ଶୁଭାରମ୍ଭ କରିବେ ।

ବିଭାଗୀୟ ରେଳ ପରିଚାଳକ ସଞ୍ଜୟ ତ୍ରିପାଠୀ ଶୁକ୍ରବାର ଅଧିକାରୀଙ୍କ ସହ ବାରାଣାସୀ ଜଙ୍କସନରେ ପ୍ରସ୍ତୁତି ତଦାରଖ କରିବାକୁ ପହଞ୍ଚିଛନ୍ତି । କ୍ୟାଣ୍ଟ ଷ୍ଟେସନରେ ସଞ୍ଜୟ ତ୍ରିପାଠୀଙ୍କ ସହ ଏଡିଆରଏମ ରବି ଚତୁର୍ବେଦୀ ଏବଂ ନିର୍ଦ୍ଦେଶକ ଆନନ୍ଦ ମୋହନ ଓ ଡିସିଏମ ଅଜିତ କୁମାର ପ୍ଲାଟଫର୍ମରେ ଲାଗିଥିବା ଏଲଇଡି ସ୍କ୍ରିନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।

ନୂଆ କରି ଆରମ୍ଭ ହେବାକୁ ଥିବା ଟ୍ରେନ ସେବାର କାର୍ଯ୍ୟସୂଚୀ ପ୍ରକାଶ ପାଇବା ମାତ୍ରେ ବୁକିଂ ଆରମ୍ଭ ହୋଇଥିଲା । ସରକାରୀ ୱେବସାଇଟରେ ବୁକିଂ ଏବଂ ଭଡା ତାଲିକା ମଧ୍ୟ ଉପଲବ୍ଧ କରାଯାଇଛି । ରେଳବାଇ କିଛି ବିଶେଷ ଯାତ୍ରୀଙ୍କ ପାଇଁ ପ୍ରଥମ ଯାତ୍ରା ଦେୟମୁକ୍ତ କରିବା ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ଏଲଏଚବି କୋଚ୍ ସହିତ ସଲଗ୍ନ ହୋଇଥିବା ଏହି ସ୍ବତନ୍ତ୍ର ଟ୍ରେନ୍ ସୁପରଫାଷ୍ଟର ଲାଇନରେ ଚାଲିବ । ଏହି ଟ୍ରେନ୍ 1614.1 କିଲୋମିଟର ଦୂର ବାରାଣାସୀ ଦେଇ ସତ୍ୟରାଜ, କାଟନି, ଜବଲପୁର, ଇଟାରସି, ଭୁସାଭାଲ, ଅମାଲନର୍, ଭଦୋଦରା ଦେଇ ଦେଇ କେଭାଡିଆର ଡାବୋଇ ଜଙ୍କସନରେ ପହଞ୍ଚିବ । ଏହି ଯାତ୍ରା 27 ଘଣ୍ଟା ମଧ୍ୟରେ ସମାପ୍ତ ହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଉକ୍ତ ମାର୍ଗ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ସଂଯୋଗ କରୁଥିବାରୁ ପର୍ଯ୍ୟଟନର ଦୃଷ୍ଟିରୁ ଖୁବ ଗୁରୁତ୍ବ ରଖୁଛି । ପର୍ଯ୍ୟଟକଙ୍କ ପାଇଁ ଏହି ରେଳସେବା ଖୁବ ସହାୟକ ହେବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 17, 2021, 7:29 AM IST

ABOUT THE AUTHOR

...view details