ନୂଆଦିଲ୍ଲୀ: ସ୍ବାସ୍ଥ୍ୟ ଶିକ୍ଷା ସବୁ କ୍ଷେତ୍ରରେ ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଆଜି(ଗୁରୁବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି AIIMSର ଝାଜର ପରିସରରେ ଥିବା ରାଷ୍ଟ୍ରୀୟ କ୍ୟାନ୍ସର ସଂସ୍ଥାନରେ(NCI) ଇନମ୍ପୋସିସ୍ ଫାଉଣ୍ଡେସନର ୮୦୬ ଶଯ୍ୟା ବିଶିଷ୍ଟ ଏକ ବିଶ୍ରାମ ସଦନର ଉଦଘାଟନ କରିବେ । ପୂର୍ବାହ୍ନ ୧୦ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି ।
ବିଶ୍ରାମ ସଦନର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବା ନେଇ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ୮୦୬ ଶଯ୍ୟା ବିଶିଷ୍ଟ ଏହି ବିଶ୍ରାମ ସଦନ ଇନଫୋସିସର କର୍ପୋରେଟ ସାମାଜିକ ଦାୟିତ୍ବର ଏକ ଅଂଶ । କର୍କଟ ରୋଗୀଙ୍କ ସହ ଆସୁଥିବା ବ୍ୟକ୍ତିଙ୍କୁ ଶୀତତାପ ନିୟନ୍ତ୍ରିତ ଆବାସ ସୁବିଧା ଯୋଗାଇବା ଏହି ସଦନର ନିର୍ମାଣ ହୋଇଛି । ଡାକ୍ତରଖାନାରେ ସେମାନଙ୍କୁ ଅଧିକ ସମୟ ରହିବାକୁ ପଡିଥାଏ ତେଣୁ ସେମାନଙ୍କ ସୁବିଧା ନିହାତି ଆବଶ୍ୟକ ବୋଲି ପ୍ରେସ ରିଲିଜ ପକ୍ଷରୁ ସୂଚନା ମିଳିଛି ।