ଲକ୍ଷ୍ନୌ:ବିଶ୍ବର କଠୋର ଇସଲାମ ଦେଶ ଗୁଡିକରେ ତିନ୍ ତଲାକ ରଦ୍ଧ ହୋଇଯାଇଛି କିନ୍ତୁ ଆମ ଦେଶରେ ପ୍ରଚଳିତ ହେଉଥିଲା । ଯାହାକୁ ପିଏମ ମୋଦି ରଦ୍ଦ କରିଛନ୍ତି ଏବଂ ମୁସଲିମ ଭଉଣୀମାନଙ୍କୁ ଦୀର୍ଘ ଦିନ ଧରି ସାମ୍ନା କରିଆସୁଥିବା ଅନ୍ୟାୟରୁ ରକ୍ଷା କରିଛନ୍ତି ବୋଲି କହିଛନ୍ତି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଦୁଇଦିନିଆ ବାରଣାସୀ ଗସ୍ତରେ ଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ରବିବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏଠାରେ ଜେପି ନଡ୍ଡା ତିନ୍ ତଲାକ ବିଷୟରେ କହିଛନ୍ତି । ନଡ୍ଡା କହିଛନ୍ତି, ଇରାନ, ଇରାକ, ସିରିଆ ପରି ଇସଲାମ ରାଷ୍ଟ୍ରଗୁଡ଼ିକରେ ତିନ୍ ତାଲାକ ନାହିଁ । କିନ୍ତୁ ଆମର ଧର୍ମନିରପେକ୍ଷ ଦେଶରେ ଏହା ପ୍ରଚଳିତ ହେଉଥିଲା । ଆମେ ନିଜକୁ ପ୍ରଗତିଶୀଳ ଭାବରେ ପ୍ରଶଂସା କରୁଥିଲୁ । ପ୍ରଧାନମନ୍ତ୍ରୀ ମୋଦି ମୁସଲମାନ ଭଉଣୀମାନଙ୍କୁ ତିନ୍ ତଲାକ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ଏବଂ ଏହି ତଲାକ ପ୍ରଥାକୁ ରଦ୍ଦ କରିଛନ୍ତି ।