ଓଡିଶା

odisha

ETV Bharat / bharat

ମଧ୍ୟପ୍ରଦେଶକୁ 50,700 କୋଟିର ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ, INDIA ମେଣ୍ଟ ଉପରେ ବର୍ଷିଲେ - PM Modi in madhya pradesh

ଜନ୍ମଦିନ ପୂର୍ବରୁ ଆଜି ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟବାସୀଙ୍କୁ 50 ହଜାର କୋଟିର ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi visits madhya pradesh
ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ

By ETV Bharat Odisha Team

Published : Sep 14, 2023, 1:06 PM IST

ଭୋପାଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଧ୍ୟପ୍ରଦେଶ ଗସ୍ତ କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟବାସୀଙ୍କୁ ବିନା ରିଫାଇନାରୀରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସ ସମେତ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମେ ଭୋପାଳରେ ପହଞ୍ଚିବା ପରେ ଏକେ ମେଗା ରୋଡ ଶୋ କରି ବିନାରେ ପହଞ୍ଚିଥିଲେ । ସାଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଥିଲେ । ବିନାରେ ପହଞ୍ଚିବା ପରେ ରାଜ୍ୟବାସୀଙ୍କୁ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମକୁ ସମ୍ବୋଧନ କରି ଏହି ପ୍ରକଳ୍ପ ନିଯୁକ୍ତି ସୃଷ୍ଟି କରିବା ବୋଲି କହିବା ସହ ନୂଆଦିଲ୍ଲୀରେ ସଦ୍ୟ ସମାପ୍ତ ଜି 20ର ସମ୍ମିଳନୀରେ ସଫଳତା ମୋର ନୁହେଁ 140କୋଟି ଭାରତୀୟଙ୍କର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ମେଣ୍ଟ ଉପରେ ମଧ୍ୟପ୍ରଦେଶରୁ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

ରାଜ୍ୟବାସୀଙ୍କୁ 50 ହଜାର 700କୋଟି ଟଙ୍କାର ପ୍ରକଳ୍ପ ପ୍ରକଳ୍ପ ଭେଟି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଏହି ପ୍ରକଳ୍ପ ରାଜ୍ୟରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ମଧ୍ୟବିତଙ୍କ ସ୍ବପ୍ନ ସାକାର କରିବ । ଆଜାଦୀ କା ଅମୃତ କାଳରେ ଦେଶବାସୀ ଭାରତକୁ ବିକଶିତ କରିବାକୁ ସଂକଳ୍ପ ନେଇଛନ୍ତି । ଏହି ସଂକଳ୍ପ ପାଇଁ ଭାରତ ଆତ୍ମନିର୍ଭର ହେବା ଜରୁରୀ । ଆମକୁ ବିଦେଶ ଜିନିଷ ଯେତେ କମ ମଗାଇବାକୁ ହେବ । ଆଜି ବିନା ରିଫାଇନାରୀରେ ପେଟ୍ରୋକେମିକାଲ କମ୍ପ୍ଲେକ୍ସର ଶିଳାନ୍ୟାସ ହେବା ତାହା ଭାରତକୁ ଆତ୍ମନିର୍ଭର କରିବ । ଏଠାକୁ ନୂଆ ନୂଆ ଇଣ୍ଡଷ୍ଟ୍ରି ଆସିବ । ଯୁବଗୋଷ୍ଠୀଙ୍କୁ ରୋଜଗାର ମିଳିବ । ରାଜ୍ୟର ବିକାଶ ପାଇଁ ପାରଦର୍ଶିତା ସହ କାମ ଜରୁରୀ । ଭ୍ରଷ୍ଟାଚାର ଉପରେ ଲଗାମ ଲାଗିବା ଦରକାର ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ନୂଆ ଭାରତ ଦ୍ରୁତ ଗତିରେ ବଢୁଛି । ଆଜିର ଏହି ପ୍ରକଳ୍ପ ମଧ୍ୟପ୍ରଦେଶର ବିକାଶକୁ ଆହୁରି ଗତି ଦେବ । ଭାରତ ଗୁଲାମୀର ମାନସିକତାରୁ ବାହାରି ସ୍ବତନ୍ତ୍ର ସ୍ବାଭିମାନ ସହ ଆଗକୁ ବଢୁଛି । ଆମ ସରକାରଙ୍କ ପ୍ରୟାସରୁ ସବୁଠୁ ଅଧିକ ଲାଭ ଗରିବଙ୍କୁ ହୋଇଛି । ଦଳିତ, ପଛୁଆ, ଆଦିବାସୀଙ୍କୁ ଲାଭ ମିଳିଛି । ସବକା ସାଥ ସବକା ବିକାଶ ଏହି ମଡେଲ ଆଜି ବିଶ୍ବକୁ ରାସ୍ତା ଦେଖାଉଛି ।''

ଜି20ର ସମ୍ମିଳନୀର ସଫଳତା 140 କୋଟି ଭାରତୀୟଙ୍କର:ନୂଆଦିଲ୍ଲୀରେ ଜି 20 ସମ୍ମିଳନୀ ସଫଳତାର ସହ ଶେଷ ହୋଇଛି । ଆପଣମାନେ ତାହା ଦେଖିଲେ ତାକୁ ନେଇ ଆଜି ଦେଶବାସୀ ଗର୍ବିତ । ଏହାର ସମସ୍ତ ଶ୍ରେୟ ମୋଦିର ନୁହେଁ ଆପଣ ସମସ୍ତଙ୍କର । 140 କୋଟି ଭାରତୀବାସୀଙ୍କ ପାଇଁ ଜି20 ସମ୍ମିଳନୀ ସଫଳ ହୋଇଛି । ଏହି ସମ୍ମିଳନୀରେ ଯୋଗ ଦେଇଥିବା ବିଦେଶୀ ଅତିଥି ଆଜି ଭାରତବାସୀଙ୍କ ଗୁଣଗାନ କରୁଛନ୍ତି । ଜି 20 ସମ୍ମିଳନୀର ସଫଳତା ଭାରତର ସମୂହିକ ଶକ୍ତିର ପ୍ରମାଣ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମଧ୍ୟପ୍ରଦେଶରୁ ବିରୋଧୀଙ୍କ ଉପର ବର୍ଷିଲେ ମୋଦି:ସ୍ବାଧୀନତା ପରେ ମଧ୍ୟପ୍ରେଦଶରେ ଯିଏ ଅଧିକ ସମୟ ଧିରି ଶାସନ କରୁଥିଲେ ସେ ରାଜ୍ୟକୁ କିଛି ଦେଇନାହାନ୍ତି । କେବଳ ଅପରାଧ ଓ ଭ୍ରଷ୍ଟାଚାର କରିଛନ୍ତି ।ଗୋଟିଏ ପଟେ ଆଜିର ଭାରତ ଦୁନିଆକୁ ଯୋଡିବାକୁ ଚେଷ୍ଟା କରୁଛି । ହେଲେ ଦେଶରେ କିଛି ଦଳ ଅଛନ୍ତି ଯିଏ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି । ଗୋଟିଏ ଇଣ୍ଡିଆ ମେଣ୍ଟ କରିଛନ୍ତି ତାକୁ କେହି କେହି ଘମଣ୍ଡିଆ ମେଣ୍ଟ ବୋଲି କହୁଛନ୍ତି ତାଙ୍କର ନେତା ସ୍ଥିର ନାହାନ୍ତି । ନେତୃତ୍ବ ଉପରେ ଏକ ଭ୍ରମ । ଏହି ମେଣ୍ଟ ତାଙ୍କର ଏକ ଏଜେଣ୍ଡା କରିଛନ୍ତି । ଏହି ମେଣ୍ଟର ନୀତି ହେଉଛି ଭାରତର ସଂସ୍କୃତି ଉପରେ ଭାରତ ଆସ୍ଥା ଉପରେ ଆଟାକ କରିବା । ଏହି ଇଣ୍ଡିଆ ମେଣ୍ଟ ସନାତନ ପରମ୍ପରାକୁ ଶେଷ କରିବାକୁ ସଂକଳ୍ପ ନେଇଛି । ଏହି ମେଣ୍ଟର ଲୋକ ସନାତନ ସଂସ୍କାରକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହା ବି ପଢନ୍ତୁ...India Middle East corridor: ହ୍ରାସ ପାଇବ ଚୀନର ଆଧିପତ୍ୟ, ଉଭୟ ଭାରତ ଓ ଆମେରିକାକୁ ମିଳିବ ନିର୍ବାଚନୀ ଲାଭ !

କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଯୋଗ ଦେଇ କହିଛନ୍ତି, '' 2014ରେ ଦେଶରେ 2854 ପେଟ୍ରୋଲ ପମ୍ପ ଥିଲା ମାତ୍ର ଆଜି ଅର୍ଥାତ 2023ରେ ଏହା 5983ରେ ପହଞ୍ଚିଛି । 2014ରେ ଏଲପିଜି ଡିଷ୍ଟ୍ରିବ୍ୟୁଟର୍ସ 865 ଥିଲା ମାତ୍ର ଏବେ 1552ରେ ପହଞ୍ଚିଛି । 2014ରେ 70 ଲକ୍ଷ ଏଲପିଜି ସଂଯୋଗ ପାଇଥିଲେ ମାତ୍ର ଏବେ ଏହା 185ରେ ପହଞ୍ଚିଛି । ଏଲପିଜି ପେନିଟ୍ରେସନ 44%ରୁ 100%ରେ ପହଞ୍ଚିଛି । ପାଇପ ନାଚ୍ୟୁରାଲ ଗ୍ୟାସ 2014ରେ 2700 ଥିଲା ଆଜି 2,15 185ରେ ପହଞ୍ଚିଛି ।''

ABOUT THE AUTHOR

...view details