ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କର ଆଜି ଜନ୍ମଦିନ । 95 ବର୍ଷରେ ପଦାର୍ପଣ କରିଛନ୍ତି ଲାଲକୃଷ୍ଣ ଆଡଭାନୀ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଲାଲକୃଷ୍ଣ ଆଡଭାନୀଙ୍କୁ ଏକ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କ ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ ।
95 ବର୍ଷରେ ପାଦ ଦେଲେ ଆଡଭାନୀ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ - ଲାଲକୃଷ୍ଣ ଆଡଭାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
95 ବର୍ଷରେ ପଦାର୍ପଣ କରିଛନ୍ତି ଲାଲକୃଷ୍ଣ ଆଡଭାନୀ । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନ ଯାଇ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ
ଲାଲକୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇ ଶୁଭେଚ୍ଛା ଜଣାଇବା ସହା ତାଙ୍କ ଦୀର୍ଘୟୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏ ନେଇ ଟ୍ବିଟ କରି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ''ଭାରତର ଅଭିବୃଦ୍ଧିରେ ତାଙ୍କର ଅବଦାନ ସ୍ମରଣୀୟ ଅଟେ । ତାଙ୍କର ଦୂରଦୃଷ୍ଟି ଏବଂ ବୁଦ୍ଧି ପାଇଁ ତାଙ୍କୁ ସମଗ୍ର ଭାରତରେ ସମ୍ମାନ କରାଯାଏ । ବିଜେପି ଗଠନ ତଥା ମଜବୁତ କରିବାରେ ତାଙ୍କର ଭୂମିକା ଅତୁଳନୀୟ । ମୁଁ ତାଙ୍କର ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି । ଲୋକମାନଙ୍କୁ ସଶକ୍ତିକରଣ ତଥା ଆମର ସାଂସ୍କୃତିକ ଗୌରବକୁ ବଢ଼ାଇବା ଦିଗରେ ଲାଲକୃଷ୍ଣ ଆଡଭାନୀଙ୍କ ଉଦ୍ୟମ ପାଇଁ ଦେଶ ତାଙ୍କ ନିକଟରେ ସର୍ବଦା ଋଣି ରହିବ ବୋଲି କହିଛନ୍ତି ମୋଦି ।''
ଏହା ବି ପଢନ୍ତୁ...Himachal Assembly Poll: ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ପଦ୍ମ ଶିବିରରେ 26 ନେତା