ଓଡିଶା

odisha

ETV Bharat / bharat

Chandrayaan3 Success: ବିଦେଶରୁ ଫେରି ମୋଦିଙ୍କ ସିଧା ବେଙ୍ଗାଲୁରୁ ଗସ୍ତ, ଇସ୍ରୋ ବୈଜ୍ଞାନିକଙ୍କୁ ଜଣାଇବେ ଶୁଭେଚ୍ଛା

ବିଦେଶକୁ ଫେରି ଆସନ୍ତାକାଲି ବେଙ୍ଗାଲୁରୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଚନ୍ଦ୍ରଯାନ-୩ ସଫଳତା ଲାଗି ଇସ୍ରୋ ବୈଜ୍ଞାନିକଙ୍କୁ ଜଣାଇବେ ଶୁଭେଚ୍ଛା । ହେବନି ରୋଡ ଶୋ' । ଅଧିକ ପଢନ୍ତୁ

By ETV Bharat Odisha Team

Published : Aug 25, 2023, 4:31 PM IST

Etv Bharat
Etv Bharat

ବେଙ୍ଗାଲୁରୁ:ବିଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଅଗଷ୍ଟ ୨୬) ବେଙ୍ଗାଲୁରୁ ଗସ୍ତ କରିବେ । ଚନ୍ଦ୍ରଯାନ-୩ର ସଫଳତା ଲାଗି ସେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବେ ବୋଲି ଜଣାପଡ଼ିଛି । ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ସମୟରେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ରହିଥିଲେ । ତେବେ ବିଦେଶରୁ ଫେରିବା ପରେ ପ୍ରଥମେ ସେ ବେଙ୍ଗାଲୁରୁ ଗସ୍ତ କରିବେ । ତେବେ ପୂର୍ବରୁ ରୋଡ ଶୋ' ନେଇ ଚର୍ଚ୍ଚା ହେଉଥିବା ବେଳେ କୌଣସି ରୋଡ ଶୋ' ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ।

ପ୍ରଧାନମନ୍ତ୍ରୀଙ୍କ ବେଙ୍ଗାଲୁରୁ ଗସ୍ତକୁ ନେଇ କେନ୍ଦ୍ରମନ୍ତ୍ରୀ ଶୋଭା କହିଛନ୍ତି, "ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ଓ ଗ୍ରୀସ ଗସ୍ତ ଶେଷ ପରେ ସିଧା ବେଙ୍ଗାଲୁରୁ ଗସ୍ତ କରିବେ । ଏଠାରେ ଇସ୍ରୋ ବୈଜ୍ଞାନିକଙ୍କୁ ଭେଟି ଶୁଭେଚ୍ଛା ଜଣାଇବେ । ଏହାସହ ସୂର୍ଯ୍ୟାୟାନ ମିଶନ (Sun Project)କୁ ନେଇ ମଧ୍ୟ ବୈଜ୍ଞାନିକଙ୍କ ସହିତ ଆଲୋଚନା କରିବେ । କୌଣସି ରୋଡ ଶୋ' କରିବେ ନାହିଁ ପ୍ରଧାନମନ୍ତ୍ରୀ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି କର୍ମକର୍ତ୍ତାମାନେ ସ୍ବାଗତ କରିବେ । ଏହାପରେ କେବଳ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଧାନମନ୍ତ୍ରୀ ଭେଟିବେ ।"

ଏହା ବି ପଢନ୍ତୁ- PM Telephoned ISRO Chief: ବିକ୍ରମ ଲ୍ୟାଣ୍ଡିଂ କରୁ କରୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ଫୋନ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ HAL ବିମାନବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ସକାଳ ୬ଟା ସମୟରେ ବିମାନବନ୍ଦରରେ ପହଞ୍ଚିବେ । ପିନ୍ୟା ସହରରେ ପ୍ରାୟ ୧କିମି ରୋଡ ଶୋ' ହେବ ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଏଥିଲାଗି SPG ଅନୁମତି ନ ଦେବା ଫଳରେ ଏହାକୁ ବାତିଲ କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି ଟ୍ରାଫିକ ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଭୋର ୪.୩୦ରୁ ସକାଳ ୯.୩୦ ପର୍ଯ୍ୟନ୍ତ ସହରର କିଛି ରାସ୍ତାର ରୁଟ୍‌କୁ ବଦଳାଯାଇଛି ।

ସେଗୁଡ଼ିକ ହେଲା ଓଲ୍ଡ ଏୟାରପୋର୍ଟ ରୋଡ୍‌, ଓଲ୍ଡ ମାଡ୍ରାସ ରୋଡ୍‌, ଏମଜି ରୋଡ୍‌, କବନ୍‌ ରୋଡ୍‌, ରାଜଭବନ ରୋଡ୍‌, ବଲାରି ରୋଡ୍‌, ସିଭି ରମନ ରୋଡ୍‌, ଯଶୱନ୍ତପୁର ଫ୍ଲାଏଓଭର, ତୁମାକୁର ରୋଡ୍‌, ମାଗାଡି ରୋଡ୍‌, ଗୁବ୍ବି ରୋଡ୍‌, ଜଲାହଲ୍ଲି କ୍ରସରୋଡ୍‌ ଆଦି ରାସ୍ତାର ରୁଟ୍‌କୁ ପରିବର୍ତ୍ତନ କରାଯାଇଛି । ଏହାସହ ଦିନ ୧୧ଟା ପର୍ଯ୍ୟନ୍ତ ଏହି ରାସ୍ତା ଦେଇ ଭାରି ଯାନ ଚଳାଚଳ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନା ଥାଉ କି ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୫ଟା ୪୫ ମିନିଟରୁ ୬ଟା ୦୪ ବିକ୍ରମ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିଂ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ଥିଲା । ଏହି ଉପରେ ସାରା ବିଶ୍ବର ନଜର ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଆଫ୍ରିକାରୁ ସିଧାସଳଖ ଇସ୍ରୋ ସହିତ ଯୋଡ଼ି ହୋଇଥିଲେ । ଲ୍ୟାଣ୍ଡିଂ ପ୍ରକ୍ରିୟାକୁ ଦେଖିଥିଲେ ମୋଦି । ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡରର ସଫଳ ଅବତରଣ ପରେ ମୋଦି ଭିଡିଓ କନଫରେନ୍ସିିଂ ଜରିଆରେ ଇସ୍ରୋ ମୁଖ୍ୟ ଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ABOUT THE AUTHOR

...view details