ଓଡିଶା

odisha

ETV Bharat / bharat

ଦିଦିଙ୍କ ଗଡରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, VC ଯୋଗେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - ବନ୍ଦେ ଭାରତ ଏକ୍ସପ୍ରେସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିସି ଜରିଆରେ ପଶ୍ଚିମବଙ୍ଗ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଡିସେମ୍ବର 31 ତାରିଖରୁ ନିୟମିତ ଭାବରେ ଏହି ଏକ୍ସପ୍ରେସ ଚାଲିବ । ଅଧିକ ପଢନ୍ତୁ

PM Modi launch Vande Bharat Express
ଦିଦିଙ୍କ ଗଡରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଶଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

By

Published : Dec 30, 2022, 1:36 PM IST

କୋଲକାତା: ବର୍ଷ ଶେଷରେ ପଶ୍ଚିମବଙ୍ଗକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ଆଜି (ଶୁକ୍ରବାର) ଭିସି ଜରିଆରେ ପଶ୍ଚିମବଙ୍ଗକୁ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଡିସେମ୍ବର 31 ତାରିଖରୁ ନିୟମିତ ଭାବରେ କୋଲକାତାର ହାୱଡାରୁ ନିଉ ଜଲପାଇଗୁଡି ପର୍ଯ୍ୟନ୍ତ ବନ୍ଦେ ଭାରତ ଏକ୍ସପ୍ରେସର ଗଡିବ । ଏହି ଟ୍ରେନ ସପ୍ତାହରେ 6 ଦିନ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର ଥିଲା । ମାତ୍ର ତାଙ୍କ ମାତୃ ବିୟୋଗ କାରଣରୁ ଗସ୍ତ ବାତିଲ କରି ଭିସି ଜରିଆରେ ଶୁଭାରମ୍ଭ କରିଛନ୍ତି ।

କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ପଶ୍ଚିମବଙ୍ଗକୁ ଆସିବାର ଥିଲା କିନ୍ତୁ ବ୍ୟକ୍ତିଗତ କାରଣରୁ ମୁଁ ସେଠାକୁ ଆସିପାରିଲି ନାହିଁ । ମୁଁ ବଙ୍ଗଳାବାସୀଙ୍କଠାରୁ କ୍ଷମା ପ୍ରାର୍ଥନା କରୁଛି ।'' ନମାମି ଗଙ୍ଗା ପ୍ରକଳ୍ପର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଅନ୍ୟ ନେତା ହାୱଡାରେ ଉପସ୍ଥିତ ଥିଲେ । ଏହି ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ ୬ ଦିନ ସକାଳ ୬ଟାରେ ହାଓ୍ବାଡା ଷ୍ଟେସନରୁ ଛାଡିବ ଏବଂ ଅପରାହ୍ନ ୧.୩୦ ମନିଟରେ ଜଲପାଇଗୁଡିରେ ପହଞ୍ଚିବ । ସେଠାରେ ଏକ ଘଣ୍ଟା ଅପେକ୍ଷା କରିବା ପରେ ଉତ୍ତର ବେଙ୍ଗାଲୁରୁ ଷ୍ଟେସନରୁ ଅପରାହ୍ନ ୨.୩୦ରେ ଛାଡିବ ଏବଂ ହାଓ୍ବାଡାରେ ରାତି ୧୦ରେ ପହଞ୍ଚିବ । ନୀଳ ଏବଂ ଧଳା ରଙ୍ଗର 16ଟି କୋଚ୍ ରହିଛି । ଏହା ପଶ୍ଚିମବଙ୍ଗର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଅଟେ ।

ମାଆଙ୍କ ବିୟୋଗ ପରେ ବି ଅଫିସିଆଲ୍ କାର୍ଯ୍ୟ ତୁଲାଇଲେ...

ଜଣେ ସନ୍ତାନ ପାଇଁ ମାଆଙ୍କ ବିୟୋଗଠୁ ବଡ ଦୁଃଖ ଆଉ ବା କଣ ହୋଇପାରେ । ମୁଣ୍ଡ ଉପରେ ପାହାଡ ଛିଡିଲା ପରି ଏ ଦୁଃଖ ସତ୍ତ୍ବ ଆଜିର ଦିନରେ ସମସ୍ତ ଅଫିସିଆଲ୍ କାର୍ଯ୍ୟ ତୁଲାଇଛନ୍ତି ପ୍ରଧାନମନ୍ତ୍ରୀ ।ପଶ୍ଚିମବଙ୍ଗ ପାଇଁ ପ୍ରସ୍ତାବିତ କାର୍ଯ୍ୟକ୍ରମରେ ଭିସିରେ ଯୋଗ ଦେଇ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ପାଇଁ ମମତାଙ୍କ ଶୋକ....

ରାଜ୍ୟ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ପରେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମାଆଙ୍କର କୌଣସି ବିକଳ୍ପ ନାହିଁ । ମୁଁ ଏ ଦୁଃଖ ଖବର ପାଇ ମର୍ମାହତ । ତୁମା ମାଆ ଆମ ମାଆ । ତେଣୁ ତୁମେ ନିଜର ଯତ୍ନ ନିଅ । ଏତେ ବଡ ଦୁଃଖ ଦିନରେ ତୁମେ ଯେଉଁ ଭଳି ଭାବେ ତୁମ କର୍ତ୍ତବ୍ୟ ତୁଲାଇଛ ତାହାକୁ ମୁଁ ପ୍ରଶଂସା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ABOUT THE AUTHOR

...view details