ଓଡିଶା

odisha

ETV Bharat / bharat

'ଖଦି ଉତ୍ପାଦ କିଣି ବାପୁଙ୍କ ଜନ୍ମଜୟନ୍ତୀକୁ ସ୍ମରଣୀୟ କରିବା'

୮୧ତମ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଯୁବପିଢିଙ୍କୁ ଖଦି ଉତ୍ପାଦ କିଣି ଗାନ୍ଧୀଜୀଙ୍କ ଜନ୍ମ ଅବସରକୁ ସ୍ମରଣୀୟ ରଖିବାକୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

'ଆସନ୍ତୁ ଖଦି ଉତ୍ପାଦ କିଣି ବାପୁଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା'
'ଆସନ୍ତୁ ଖଦି ଉତ୍ପାଦ କିଣି ବାପୁଙ୍କ ଜନ୍ମ ଜୟନ୍ତୀକୁ ସ୍ମରଣୀୟ କରିବା'

By

Published : Sep 26, 2021, 3:15 PM IST

ନୂଆଦିଲ୍ଲୀ: ଖଦି ଉତ୍ପାଦ କିଣିବାକୁ ଯୁବପୀଢିଙ୍କୁ ଉତ୍ସାହିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗକୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ଆସୁଛି । ଏହି ଅବସରରେ କିଣିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି(ରବିବାର) ପ୍ରଧାନମନ୍ତ୍ରୀ 'ମନ୍ କି ବାତ୍'ର ୮୧ତମ ପର୍ଯ୍ୟାୟକୁ ସମ୍ବୋଧିତ କରି ଏପରି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ୱଚ୍ଛତା ଆନ୍ଦୋଳନରେ ଗାନ୍ଧୀଙ୍କ ଅବଦାନକୁ ମନେ ପକାଇ କହିଛନ୍ତି ଯେ, ମହାତ୍ମା ଗାନ୍ଧୀ ସ୍ବାଧୀନତାର ସ୍ୱପ୍ନ ସହିତ ସ୍ୱଚ୍ଛତାକୁ ଜଡିତ କରିଛନ୍ତି । ସେ କହିଛନ୍ତି ଯେ, ବାପୁ ସ୍ୱଚ୍ଛତାର ପ୍ରୋତ୍ସାହକ ଥିଲେ, ସେ ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନ କରିଥିଲେ ଏବଂ ଏହାକୁ ସ୍ୱାଧୀନତାର ସ୍ୱପ୍ନ ସହ ଜଡିତ କରିଥିଲେ । ଆଜିର ଯୁବକମାନେ ଜାଣିବା ଉଚିତ୍ ଯେ ସ୍ୱଚ୍ଛତା ଅଭିଯାନ କିପରି ସ୍ୱାଧୀନତା ଆନ୍ଦୋଳନକୁ ନିରନ୍ତର ଶକ୍ତି ଦେଇଛି । ବହୁ ଦଶନ୍ଧି ପରେ ଆଜି ସ୍ୱଚ୍ଛତା ଆନ୍ଦୋଳନ ପୁଣିଥରେ ଦେଶକୁ ଏକ ନୂତନ ଭାରତର ସ୍ୱପ୍ନ ସହିତ ଯୋଡ଼ିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ଆମେ ମହାତ୍ମା ଗାନ୍ଧୀଙ୍କ ଜୀବନକୁ ଦେଖିବା, ତା’ହେଲେ ଆମେ ତାଙ୍କ ଜୀବନରେ ଛୋଟ ଛୋଟ ଜିନିଷ କେତେ ଗୁରୁତ୍ୱପୂର୍ଣ୍ଣ ଏବଂ ଛୋଟ ଛୋଟ ଜିନିଷ ନେଇ ସେ କିପରି ବଡ଼ ନିଷ୍ପତ୍ତି ନେଇଛନ୍ତି ତାହା ଆମେ ଅନୁଭବ କରିପାରିବା। 'ଆଜାଦୀ କା ଅମୃତ ମହୋତ୍ସବ' ବିଷୟରେ ମଧ୍ୟ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତାର 75ତମ ବର୍ଷରେ ଆମେ କହିପାରିବା ସ୍ବାଧୀନତା ସମୟରେ ଯେଉଁ ଖଦି ଆମକୁ ଗର୍ବିତ କରିଥିଲା, ଆଜି ବି ଯୁବପିଢି ତାହା ପରିଧାନ କରି ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ।

ପ୍ରଧାନମନ୍ତ୍ରୀ 'ମନ୍ କି ବାତ୍'ରେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଖଦି ଏବଂ ହସ୍ତତନ୍ତର ଉତ୍ପାଦନ ବହୁଗୁଣିତ ହୋଇଛି ଏବଂ ଏହାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଆପଣ ଏହା ମଧ୍ୟ ଜାଣିଥିବେ ଯେ ଦିଲ୍ଲୀର ଖଦି ଶୋ’ରୁମ ଦିନରେ ଗୋଟିଏ କୋଟିରୁ ଅଧିକ ଟଙ୍କା ବ୍ୟବସାୟ କରିସାରିଛି । ତେଣୁ ଆସନ୍ତୁ ଖଦି ସାମଗ୍ରୀ କିଣି ବାପୁଙ୍କ ଜନ୍ମ ଦିନକୁ ସବୁଦିନ ପାଇଁ ସ୍ମରଣୀୟ କରିବା ।

@ANI

ABOUT THE AUTHOR

...view details