ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 7500ତମ ଜନଔଷଧୀ ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଦିବସରେ ଜନଔଷଧୀ କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଔଷଧଗୁଡିକ ବହୁତ ମହଙ୍ଗା । ଗରିବ ଲୋକମାନେ କିପରି ସୁଲଭ ମୂଲ୍ୟରେ ଔଷଧ ପାଇପାରିବେ ସେଥିପାଇଁ ଆମେ ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଆରମ୍ଭ କରିଛୁ । ଫଳରେ ଗରିବ ଲୋକ ତାଙ୍କର ଟଙ୍କା ସଞ୍ଚୟ କରିପାରିବେ । ଗରିବ ଶ୍ରେଣୀର ଲୋକମାନେ ତାଙ୍କର 9000କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି କାରଣ ସେମାନେ କମ୍ ମୂଲ୍ୟରେ ଔଷଧ ପାଇଛନ୍ତି । କିଛି ଲୋକ ଔଷଧର ଅଧିକ ମୂଲ୍ୟ ଥିବାରୁ ଔଷଧ କିଣି ପାରି ନାହାନ୍ତି କିନ୍ତୁ ବର୍ତ୍ତମାନ କିଣିବାକୁ ସକ୍ଷମ ହୋଇଛନ୍ତି । ଜନଔଷଧି କେନ୍ଦ୍ରରୁ ସୁଲଭ ମୂଲ୍ୟରେ ଔଷଧ କିଣିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯଦି ଲୋକମାନେ ଏହାକୁ ମୋଦି କି ଦୋକାନ ଡାକନ୍ତି ତେବେ ସେହି କେନ୍ଦ୍ରରୁ ଔଷଧ କିଣନ୍ତୁ ବୋଲି କହିଛନ୍ତି ମୋଦି ।
ଜନଔଷଧି ଦିବସରେ ମଧ୍ୟପ୍ରଦେଶର ରୁବିନା ନାମକ ଜଣେ ମହିଳା ଯୋଗ ଦେଇ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ସେ କହିଛନ୍ତି ମୋ ପୁଅର ସ୍ବାସ୍ଥ୍ୟବସ୍ଥା ଖରାପ ଥିଲା । ତାର ଚିକିତ୍ସା ପାଇଁ ମାସକୁ 5ହଜାର ଟଙ୍କାର ଔଷଧ କିଣୁଥିଲି ଯାହା ମୋ ପାଇଁ ବହୁତ କଷ୍ଟକର ଥିଲା । ଯେବେଠୁ ମୁଁ ମୋଦି ଜୀ କି ଦୋକାନ ବିଷୟରେ ଜାଣିଲି ସେହି ଦିନଠୁ 2ହଜାର ଟଙ୍କାରେ ଔଷଧ କିଣୁଛି । ମୋଦି ଜୀଙ୍କର ଆମକୁ ଏହି ସାହାଯ୍ୟରେ ବହୁତ ଖୁସି ।