ଓଡିଶା

odisha

ETV Bharat / bharat

ଲାକ୍ଷାଦ୍ବୀପ ଛୋଟ ହୋଇପାରେ କିନ୍ତୁ ହୃଦୟ ବହୁତ ବଡ଼: ପ୍ରଧାନମନ୍ତ୍ରୀ

PM Modi in Lakshadweep: କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ 1,156 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ। କହିଲେ ଏମିତି..

PM Modi in Lakshadweep
PM Modi in Lakshadweep

By ETV Bharat Odisha Team

Published : Jan 3, 2024, 2:31 PM IST

ଲାକ୍ଷାଦ୍ବୀପ:ଆଜି ଲାକ୍ଷାଦ୍ବୀପ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରେ ମୋଦି। କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ବୀପରେ 1,156 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ବାଧୀନତା ପରେ ଦୀର୍ଘଦିନ ଧରି ଦେଶରେ ଯେଉଁ ସରକାର କ୍ଷମତାରେ ରହିଛି, ସେହି ଦଳର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିକାଶ । ଜନସଭାକୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆମ ସରକାର ଦ୍ବୀପ ଏହଂ ସୀମାନ୍ତ ଅଞ୍ଚଳର ମଧ୍ୟ ବିକାଶ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି ସମ୍ବୋଧିତ କରି ଆହୁରି ମଧ୍ୟ କହିଛନ୍ତି, "ହଜ୍ ତୀର୍ଥ ଯାତ୍ରୀଙ୍କ ସୁବିଧା ପାଇଁ ସରକାର କରୁଥିବା ଉଦ୍ୟମରୁ ଲାକ୍ଷାଦ୍ବୀପବାସୀ ମଧ୍ୟ ଉପକୃତ ହୋଇଛନ୍ତି। ହଜ ଯାତ୍ରୀଙ୍କ ପାଇଁ ଭିସା ନିୟମକୁ ମଧ୍ୟ ସରଳ କରାଯାଇଛି। ହଜ୍ ସହିତ ଜଡିତ ଅଧିକାଂଶ କାର୍ଯ୍ୟ ବର୍ତ୍ତମାନ ଡିଜିଟାଲରେ ହେଉଛି। ଏହି ସମସ୍ତ ପ୍ରୟାସ ପାଇଁ ଉମ୍ରାହ ଯାଉଥିବା ଯାତ୍ରୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି।

ଗତ 10 ବର୍ଷ ମଧ୍ୟରେ ଦ୍ବୀପାଞ୍ଚଳକୁ ପ୍ରାଥମିକତା ଦିଆଯାଇଛି: ମୋଦି

ଏହି ପ୍ରସଙ୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଲାକ୍ଷାଦ୍ବୀପ ଛୋଟ ହୋଇପାରେ କିନ୍ତୁ ଏହାର ହୃଦୟ ବହୁତ ବଡ଼। ଏଠାରୁ ମିଳୁଥିବା ପ୍ରେମ ଏବଂ ଆଶୀର୍ବାଦରେ ମୁଁ ଅଭିଭୂତ ହୋଇଯାଇଛି। ମୁଁ ଆପଣ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରୁଛି । ସ୍ବାଧୀନତା ପରେ ଦଶନ୍ଧି ଧରି କେନ୍ଦ୍ରରେ ରହିଥିବା ସରକାରଙ୍କ ଏକମାତ୍ର ପ୍ରାଥମିକତା ହେଛି ରାଜନୈତିକ ଦଳ ଦ୍ବାରା ଦେଶର ବିକାଶ କରିବା । ଗତ 10 ବର୍ଷ ଧରି ଆମ ସରକାର ସୀମାନ୍ତ ଅଞ୍ଚଳ ଏବଂ ଦ୍ବୀପାଞ୍ଚଳକୁ ଗୁରୁତ୍ବ ଦେଇଛନ୍ତି। "

ଏହା ମଧ୍ୟ ପଢନ୍ତୁ: ତାମିଲନାଡୁରେ ମୋଦି, ଭାରତୀଦାସନ ବିଶ୍ୱବିଦ୍ୟାଳୟ ସମାରୋହରେ ସାମିଲ

ଲାକ୍ଷାଦ୍ବୀପର ବିକାଶ ଉପରେ ମୋଦିଙ୍କ ପ୍ରତିକ୍ରିୟା:ଲାକ୍ଷାଦ୍ବୀପ ପାଇଁ କରିଥିବା ଅନେକ ବିକାଶମୂଳକ କାର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ପ୍ରଧନାମନ୍ତ୍ରୀ। ଲାକ୍ଷାଦ୍ବୀପକୁ ଇଣ୍ଟରନେଟ ସଂଯୋଗକୁ ନେଇ ସେ କହିଛନ୍ତି, " 2020 ମସିହାରେ ମୁଁ ଆପଣଙ୍କୁ ଇଣ୍ଟରନେଟ ନେଇ ପ୍ରତିଶ୍ରୁତି ଦେଇଥିଲି। 1000 ଦିନରେ ହାଇସ୍ପିଡ୍ ଇଣ୍ଟରନେଟ ସୁବିଧା ପାଇବାର ପ୍ରତିଶ୍ରୁତି ପୂରଣ ହୋଇଛି। ଆଜି କୋଚି-ଲାକ୍ଷାଦ୍ବୀପ ସବମରିନ ଅପ୍ଟିକାଲ୍ ଫାଇବର ପ୍ରକଳ୍ପର ଉଦଘାଟନ କରାଯାଇଛି। ବର୍ତ୍ତମାନ ଲାକ୍ଷାଦ୍ବୀପରେ 100 ଗୁଣ ଅଧିକ ସ୍ପିଡରେ ଚାଲିବ ଇଣ୍ଟରନେଟ।

ଆଜିର ଦିନରେ ବିଶ୍ବ ବଜାରରେ ସାମୁଦ୍ରିକ ଖାଦ୍ୟର ବ୍ୟବସାୟ ବୃଦ୍ଧି କରିବା ପାଇଁ ପ୍ରୟାସ ଚଳାଇଛି ଭାରତ। ଏହାଦ୍ବାରା ଲାକ୍ଷାଦ୍ବୀପ ମଧ୍ୟ ଅନେକ ପ୍ରକାରେ ଉପକୃତ ହେଉଛି। ଲାକ୍ଷାଦ୍ବୀପର ଚୁନାମାଛ ଜାପାନକୁ ରପ୍ତାନୀ କରାଯାଉଛି। ଏହା ଦ୍ବାରା ମତ୍ସଜୀବୀମାନେ ମଧ୍ୟ ଉପକୃତ ହେଉଛନ୍ତି। ଲାକ୍ଷାଦ୍ବୀପରେ ସାମୁଦ୍ରିକ ଶୈବାଳ ସହିତ ଜଡିତ ସମ୍ଭାବନାର ମଧ୍ୟ ଅନୁସନ୍ଧାନ କରାଯାଉଥିବା ନେଇ କହିଛନ୍ତି ପ୍ରଧାନମନ୍ତ୍ରୀ। ଲାକ୍ଷାଦ୍ବୀପର ନିରନ୍ତର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଠାରେ ରହିଥିବା ସୋଲାର ପାଓ୍ବାର ପଏଣ୍ଟ ଏହାର ଏକ ଉଦାହରଣ । କହିରଖୁଛୁ କି, ଏହା ବ୍ୟାଟେରୀ ଶକ୍ତି ସଂରକ୍ଷଣ ବ୍ୟବସ୍ଥା (BESS) ଉପରେ ଆଧାରିତ ଅଟେ। ଏହା ଲାକ୍ଷାଦ୍ବୀପର ପ୍ରଥମ ବ୍ୟାଟେରୀ ଆଧାରିତ ସୋଲାର ପ୍ରୋଜେକ୍ଟ ଅଟେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details