ନୂଆଦିଲ୍ଲୀ: 5ଜି ଯୁଗରେ ପାଦ ଥାପି ସାରିଥିବା ଭାରତରେ ଖୁବଶୀଘ୍ର 6ଜି ସେବା ଆରମ୍ଭ ହେବାକୁ ଯାଉଛି । 6ଜି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଗାମୀ କିଛି ବର୍ଷରେ ଏହି ସେବା ପାଇବେ ଦେଶବାସୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 6ଜି ଭିଜନ ଡକ୍ୟୁମେଣ୍ଟ ଜାରି କରିବା ସହ ଟେଷ୍ଟ ବେଡର ଘୋଷଣା କରିଛନ୍ତି । 6ଜି ଟେଷ୍ଟ ବେଡ ଉପଯୋଗ ପରବର୍ତ୍ତୀ ପିଢି ଟେଲିକମ ସେବା ପାଇ ନୂଆ ପ୍ରଯୁକ୍ତି ପରୀକ୍ଷଣ ଓ ଗବେଷଣା ପାଇଁ ବ୍ୟବହାର ହେବ । ଦିଲ୍ଲୀରେ ସଂଯୁକ୍ତ ରାଷ୍ଟ୍ରର ଇଣ୍ଟରନ୍ୟାସନାଲ ଟେଲିକମ୍ୟୁନିକେସନର ଏକ କାର୍ଯ୍ୟାଳୟର ମଧ୍ୟ ଉଦଘାଟନ କରିଛନ୍ତି ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ''4ଜି ପୂର୍ବରୁ ଭାରତ ଟେଲିକମ କ୍ଷେତ୍ରରେ କେବଳ ଏକ ୟୁଜର୍ସ ଭାବେ ପରିଚିତ ଥିଲା । ଏବେ ଏହା ବିଶ୍ବରେ ଟେକିକମ ଟେକ୍ନୋଲୋଜିର ଏକ ବଡ ରପ୍ତାନିକାରୀ ହେବା ଦିଗରେ ବଢୁଛି । 5ଜି ଆରମ୍ଭ ଦେବାର 6 ମାସ ପରେ ଆମେ 6ଜି ଟେକ୍ନୋଲୋଜି ବିଷୟରେ ଆଲୋଚନା କରୁଛୁ । ଏହା ଭାରତର ଆତ୍ମବିଶ୍ବାସକୁ ଦର୍ଶାଉଛି । ଆଜି ଆମର 6ଜି ଭିଜନ ଡକ୍ୟୁମେଣ୍ଟକୁ ଉପସ୍ଥାପନ କରିଛୁ । ଆଗାମୀ କିଛି ବର୍ଷରେ 6ଜି ସେବା ଆରମ୍ଭ ହେବ ଯାହା ଏକ ବଡ ଆଧାର ହେବ ।''
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,'' ଭାରତ ପାଇଁ ଟେଲିକମ ଟେକ୍ନୋଲୋଜି ଶକ୍ତିର ମାଧ୍ୟମ ନୁହେଁ ଲୋକଙ୍କୁ ସଶକ୍ତ କରିବାରେ ମିଶନ ଭଳି କାର୍ଯ୍ୟ କରୁଛି । ଆଜି ଭାରତରେ ଡିଜିଟାଲ ଟେକ୍ନାଲୋଜି ସମସ୍ତଙ୍କ ନିକଟରେ ପହଞ୍ଚିଛି । ଦେଶର ପ୍ରତିଟି ଗାଁରେ ଇଣ୍ଟରନେଟ ବ୍ୟବହାରକାରୀ ରହିଛନ୍ତି । ଗାଁରେ ଥିବା ଇଣ୍ଟରନେଟ ୟୁଜର୍ସ ସଂଖ୍ୟା ସହରରେ ଥିବା ୟୁଜର୍ସଙ୍କ ସଂଖ୍ୟାଠୁ ଅଧିକ । ଏହା ପ୍ରମାଣିତ ହେଉଛି ଯେ ଡିଜିଟାର ପାୱାର କିପରି ଦେଶର କୋଣ ଅନୁକୋଣରେ ପହଞ୍ଚିଛି । ଭାରତର ଦୁଇଟି ପ୍ରମୁଖ ଅସ୍ତ୍ର ହେଉଛି ବିଶ୍ବାସ ଓ ଦକ୍ଷତା । ଏହା ବିନା କୋଣ ଅନୁକୋଣରେ ଟେକ୍ନୋଲୋଜି ପହଞ୍ଚିବା ସମ୍ଭବ ନୁହେଁ । ଆଜି ଭାରତରେ ପ୍ରତିମାସରେ 800 କୋଟିରୁ ଅଧିକ ୟୁପିଆଇ ଆଧାରିତ ଡିଜିଟାଲ ପେମେଣ୍ଟ ହେଉଛି ।''
ଏହା ବି ପଢନ୍ତୁ...ଧାରା ୩୭୦ ନଫେରିବା ଯାଏଁ ବିଧାନସଭା ନିର୍ବାଚନ ଲଢିବିନି: ମେହବୁବା ମୁଫତି
ଭାରତର ଟେଲିକମ ଏବଂ ଡିଜିଟାଲ ମଡେଲ ସୁରକ୍ଷିତ, ସ୍ବଚ୍ଛ, ବିଶ୍ବସ୍ଥ ଓ ପରୀକ୍ଷିତ । ଭାରତର ଟେଲିକମ ଟେକ୍ନୋଲୋଜି ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । 5ଜି ଶକ୍ତି ସହୟତାରେ ଦୁନିଆରେ କାର୍ଯ୍ୟ, ସଂସ୍କୃତିରେ ପରିବର୍ତ୍ତନ ପାଇଁ ଭାରତ ଅନେକ ଦେଶ ସହ ମିଳିତ ଭାବେ କାର୍ଯ୍ୟ କରୁଛି । ଦେଶରେ 125 ସହରରେ 5ଜି ସଂଯୋଗ ହୋଇଛି । ପ୍ରାୟ 350ଜିଲ୍ଲାରେ ଏହି ସେବା ଉପଲବ୍ଧ ହୋଇଛି । ଦେଶରେ 100ଟି 5ଜି ଲ୍ୟାବ ପ୍ରସ୍ତୁତ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମ ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତି ଥିଲେ ।