ଓଡିଶା

odisha

ETV Bharat / bharat

ଭାବବିହ୍ବଳ ହେଲେ ମୋଦି, କହିଲେ ଖାସ୍‌ ବାଲ୍ୟକାଳରେ ମୋତେ ବି... - ମହାରାଷ୍ଟ୍ରରେ ଭାବବିହ୍ବଳ ହେଲେ ମୋଦି

PM Modi in Solapur: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ରରେ ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ତାଙ୍କୁ ଭାବବିହ୍ବଳ ହୋଇଥିବା ଦେଖିବାକୁ ମିଳିଥିଲା ।

PM Modi in Solapur
PM Modi in Solapur

By ETV Bharat Odisha Team

Published : Jan 19, 2024, 5:17 PM IST

ମୁମ୍ବାଇ:ଆଜି(ଶୁକ୍ରବାର) ସକାଳେ ମହାରାଷ୍ଟ୍ର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରକଳ୍ପର ଉଦଘାଟନ କରିବା ସହିତ ସୋଲାପୁରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭାର୍ଥୀଙ୍କୁ ଘର ଚାବି ପ୍ରଦାନ କରିଥିଲେ । ଏହି ସମୟରେ ଭାବବିହ୍ବଳ ହେଲେ ପ୍ରଧାନମନ୍ତ୍ରୀ ମୋଦି ।

ମୋଦି ଜନସଭାକୁ ସମ୍ବୋଧିତ କରି କହିଲେ, "ସୋଲାପୁରର ହଜାର ହଜାର ଗରିବ ଏବଂ ଶ୍ରମିକମାନଙ୍କୁ ଦେଇଥିବା ପ୍ରତିଶୃତି ଆଜି ପୂରଣ ହୋଇଛି । ଏଥିପାଇଁ ମୁଁ ବହୁତ ଖୁସି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ନିର୍ମିତ ସବୁଠାରୁ ବଡ ସୋସାଇଟିର ଲୋକାର୍ପଣ କରାଯାଇଛି । ମୋତେ ଦେଖିବା ପରେ ବହୁତ ଖୁସି ଲାଗିଲା । ଏହାପରେ ମୁଁ ଭାବିଲି ଖାସ୍‌ ମତେ ମଧ୍ୟ ପିଲାଦିନେ ଏଭଳି ଏକ ଘର ମିଳିଥାଆନ୍ତା !"

ତମ୍ବୁରେ ଦର୍ଶନ କରିବାର ପିଢି ଶେଷ ହେବାକୁ ଯାଉଛି:ଆସନ୍ତା 22 ତାରିଖରେ ମର୍ଯ୍ୟାଦା ପୁରୁଷ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଥିବା ବେଳେ ସୋଲାପୁରରେ ମଧ୍ୟ ରାମ ମନ୍ଦିର ଉଦଘାଟନ ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, "ତମ୍ବୁରେ ଆମର ପ୍ରିୟ ରାମଲାଲା ଦର୍ଶନ କରିବାର ପିଢି ବର୍ତ୍ତମାନ ଶେଷ ହେବାକୁ ଯାଉଛି । ଏହା ଆମ ସମସ୍ତଙ୍କ ପାଇଁ ଭକ୍ତି ସମୟ । ମୋର ଏହି ଅନୁଷ୍ଠାନର ଆରମ୍ଭ ନାଶିକକୁ ହୋଇଛି ଏହା ଏକ ପ୍ରକାର ସଙ୍କେତ ଅଟେ । ଆଜି ଅନେକ ପରିବାରର ଗୃହପ୍ରବେଶ ହୋଇଛି । ଜାନୁଆରୀ 22 ତାରିଖ ଏକ ପ୍ରକାର ଐତିହାସିକ ମୁହୂର୍ତ୍ତ ଅଟେ । ଏହି ଦିନ ସମସ୍ତ ଭାରତୀୟ ରାମ ଜ୍ୟୋତି ଜଳାଇବେ । ଉକ୍ତ ଦିନ ସମଗ୍ର ଭାରତ ଆଲୋକିତ ହେବ ଏବଂ ସମସ୍ତଙ୍କ ଠାରୁ ଦାରିଦ୍ର୍ୟ ଦୂର ହେବ । "

ଏହା ମଧ୍ୟ ପଢନ୍ତୁ: BIETC କ୍ୟାମ୍ପସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, କହିଲେ ବେଙ୍ଗାଲୁରୁ ପରିଚୟକୁ ଆହୁରି ସଶକ୍ତ କରିବ

ମୋଦି ଆହୁରି ମଧ୍ୟ କହିଛନ୍ତି, "ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୁଁ କିଛି ନିୟମର ଅନୁପାଳନ କରୁଛି । ବ୍ରତ ମଧ୍ୟ ଜାରି ରହିଛି । ମହାରାଷ୍ଟ୍ର ନାଶିକର ପଞ୍ଚବଟୀରୁ ଏହା ଆରମ୍ଭ ହୋଇଥିବା ବେଳେ ମୋ ପାଇଁ ଏକ ସଂଯୋଗ ଅଟେ । ରାମ ଭକ୍ତିରେ ପୂର୍ଣ୍ଣ ଏହି ପରିବେଶରେ ମହାରାଷ୍ଟ୍ରର ଏକ ଲକ୍ଷରୁ ଅଧିକ ପରିବାର ଆଜି ଗୃହ ପ୍ରବେଶ କରିଛନ୍ତି । 22 ତାରିଖରେ ଉକ୍ତ ଏକ ଲକ୍ଷରୁ ଅଧିକ ଲୋକ ମଧ୍ୟ ପକ୍କା ଘରରେ ରାମଜ୍ୟୋତି ପ୍ରଜ୍ବଳିତ କରିବେ ।"

ଆପଣମାନଙ୍କ ଭରସା ଆମର ପୁଞ୍ଜି: ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆମେ ପ୍ରଭୁ ରାମଙ୍କ ଆଦର୍ଶକୁ ଅନୁସରଣ କରୁଛୁ । ଆପଣମାନଙ୍କ ବିଶ୍ୱାସ ଆମର ସବୁଠାରୁ ବଡ ସମ୍ପତ୍ତି । ଯେତେବେଳେ ଏହି ଯୋଜନା ଆରମ୍ଭ ହେଲା ସେତେବେଳେ ମୁଁ ଭାବିଥିଲି ଯେ ମୁଁ ନିଜେ ଚାବି ଦେବାକୁ ଆସିବି । ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ମୋଦିଙ୍କ ଗ୍ଯାରେଣ୍ଟି ଅର୍ଥାତ ଗ୍ୟାରେଣ୍ଟି ପୁରା ହେବାର ଗ୍ୟାରେଣ୍ଟି ଅଟେ । ଲକ୍ଷ ଲକ୍ଷ ଟଙ୍କା ବିନିଯୋଗରେ ତିଆରି ହୋଇଥିବା ଘର ବର୍ତ୍ତମାନ ଆପଣଙ୍କର ।

ABOUT THE AUTHOR

...view details